ମନୋରଞ୍ଜନ

ଚର୍ଚାରେ ଗ୍ଲୋବାଲ୍‌ ଆଇକନ୍‌ ରିହାନ୍ନାଙ୍କ ନୃତ୍ୟ 

(ମୁମ୍ବାଇ) : ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା ଗ୍ଲୋବାଲ୍‌ ଆଇକନ୍‌ ରିହାନ୍ନାଙ୍କ ନୃତ୍ୟ ପୋଗ୍ରାମ ।

ସୂଚନାନୁଯାୟୀ ,  ଚଳିତବର୍ଷର ସବୁଠୁ ବଡ଼, ସବୁଠୁ ଆକର୍ଷଣୀୟ, ସବୁଠୁ ଦାମୀ ବାହାଘର ହେବାକୁ ଯାଉଛି। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ହେବ। ଜୁଲାଇ ୧୨ରେ ହେବ ବାହାଘର କିନ୍ତୁ ଏହା ପୂର୍ବରୁ ଗୁଜରାଟ ଜାମନଗରରେ ଆଜିଠୁ ୩ଦିନ ଧରି ଆରମ୍ଭ ହୋଇଛି ପ୍ରିୱେଡିଂ ଫଙ୍କସନ। ଏହା କାର୍ଯ୍ୟକ୍ରମକୁ ସ୍ମରଣୀୟ, ଆକର୍ଷଣୀୟ କରିବା ପାଇଁ ସବୁ ପ୍ରସ୍ତୁତି କରାଯାଇଛି। ଜାମନଗର ବିମାନବନ୍ଦରରେ ଦେଖିବାକୁ ମିଳିଛି ଅତିଥିଙ୍କ ପ୍ରବଳ ଭିଡ। ବିମାନବନ୍ଦରକୁ ସଜା ଯିବା ସହ ଗୁଜରାଟୀ ନୃତ୍ୟୁଗୀତ ପରିବେଷଣ କରାଯାଉଛି ।

 

Related posts

ପାଦରେ ପାଦ ମିଳାଇ ନାଚିଲେ ଦୀପିକା-ରଣବୀର 

mahabharatanews

ପରଲୋକରେ ‘ଆର୍‌ଆର୍‌ଆର୍‌’ ଅଭିନେତା

mahabharatanews

ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ

mahabharatanews