ଓଡିଶା

ଗଣେଶ ଭସାଣରେ କମ୍ପିଲା ହିଞ୍ଜିଳିକାଟୁ ସହର

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ଅଞ୍ଚଳରେ ୫ ଦିନ ଧରି ଧୁମଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲ।। ତେବେ ଗତକାଲି ଗଜାନନଙ୍କୁ ଭସାଣ କରି ମେଲାଣି ଦିଆଯାଇଛି। ସୂଚନା ଅନୁସାରେ ସହରର ବଡ ବଡ ମେଢ ପ୍ରାୟ ମାଣିକ ନଗର, ବଡସାହି, ରେଗିଡି ସାହି, ସାନସାହି, ଆଙ୍କୋରଡା ସମେତ ବହୁ ଗ୍ରାମାଞ୍ଚଳରେ ମଧ୍ୟ ପ୍ରଭୁ ଗଜାନନଙ୍କୁ ଭସାଣି ମାଧ୍ୟମରେ ମେଲାଣି ଦିଆଯାଇଛି। ଗ୍ରାମାଞ୍ଚଳ ମଧ୍ୟରେ କଞ୍ଚରୁ ରାଳବ, ପଳାସୀ, ଶିକିରି, ଗଣ୍ଡଳା ପ୍ରଭୃତି ଅଞ୍ଚଳରେ ମଧ୍ୟ ପ୍ରଭୁଙ୍କୁ ମେଲାଣି ଦିଆଯାଇଛି। ଗଜାନନଙ୍କୁ ପ୍ରଥମେ ସାହି ପରିକ୍ରମା କରାଯାଇଥିଲା। ବିଭିନ୍ନ ନୃତ୍ୟ, ବାଜା ବାଣ, ଡିଜେ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ନଗର ଓ ଗ୍ରାମାଞ୍ଚଳ ପରିକ୍ରମା କରାଯିବା ପରେ ବିସର୍ଜନ ସ୍ଥଳକୁ ନିଆଯାଇଥିଲା। ତେବେ ଠାକୁରଙ୍କ ପରିକ୍ରମା ଲାଗି କୌଣସି ପୂଜା କମିଟି ମିନି ଷ୍ଟାଡିୟମ ସ୍ଥଳକୁ ଯାଇନଥିଲେ। ଫଳରେ ସ୍ଥାନୀୟ ଜନସାଧାରଣ ନିରାଶ ହୋଇ ଫେରିଯାଇଥିଲେ। ଠାକୁରଙ୍କ ବିସର୍ଜନ ଲାଗି ସ୍ଥାନୀୟ ରାଜା ସାହି ଛକ ଠାରୁ ଏକ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ପରେ ସହରରେ ଥିବା ନଦୀ ଗୁଡିକରେ ବସର୍ଜନ କରାଯାଇଥିଲା। ପରେ ସମସ୍ତ କମିଟି ସଦସ୍ୟ ନିଜ ନିଜ ସାହିର ସଦସ୍ୟମାନଙ୍କ ଦ୍ୱାରା ପ୍ରସାଦ ସେବନ କରିଥିଲେ।

Related posts

ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍‌ ମାନ୍ୟତା

mahabharatanews

୨୪ ଘଣ୍ଟା ପୂର୍ବରୁ ଭୁଶୁଡିଲା ନିର୍ମାଣଧୀନ ବ୍ରିଜ ୱାଲ

mahabharatanews

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ 

mahabharatanews