ଓଡିଶା

ବନ୍ଦ ହେଲା ଆଉ ୪ଟି ଗେଟ, ୧୦ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ 

(ହୀରାକୁଦ) : ଉପରମୁଣ୍ଡରେ ଲଗାତାର ବର୍ଷା କମ ହେତୁ ପାଣି ପ୍ରବାହ କମ ରହିଛି । ତେଣୁ ହୀରାକୁଦ ଡ୍ୟାମରେ ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ ହେବାରେ ଲାଗିଛି । ଏହି କ୍ରମରେ ଆଉ ୪ଟି ଗେଟ୍‌ ବନ୍ଦ ହୋଇଛି । ଏବେ ୧୦ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ ।  ସେପଟେ ମହାନଦୀର ଜଳସ୍ତର ସାମାନ୍ୟ ହ୍ରାସ ହୋଇଥିବା ବେଳେ ବାଙ୍କୀର ତଳିଆ ଅଞ୍ଚଳରେ ଏବେ ଜଳମଗ୍ନ । ଗତକାଲି ମହାନଦୀର ବନ୍ୟାଜଳ ରଣନଇ ଦେଈ ଆସିବା ଫଳରେ ଏବେ ବିଲିପଡ଼ା -ଶିମିଳିପୁର କଇଁଆ ନାଳ ଓ ବିଲିପଡ଼ା-ତାଳବସ୍ତ ରାସ୍ତା ଉପରେ ଦୁଇଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି ।

ସୂଚନାନୁଯାୟୀ,   ଆଜି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର କେତକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୧ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି ।

Related posts

୫ଦିନିଆ ରିମାଣ୍ଡରେ ଗଲା ଆତଙ୍କୀ ସୟଦ୍ ଇସାନ୍ ବୁଖାରୀ

mahabharatanews

ସକାଳ ୭ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନୱାଡି କେନ୍ଦ୍ର

mahabharatanews

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା

mahabharatanews