ଭାରତ

ସେନା ଗୁଳିରେ ନିହତ ହୋଇଛି ଲସ୍କର-ଏ-ତଇବା କମାଣ୍ଡର

(ଜମ୍ମୁକାଶ୍ମୀର) : ଆଜି ୭ଦିନରେ ଶେଷ ହୋଇଛି ଅପରେସନ। ନିହତ ହେଲା ଲସ୍କର କମାଣ୍ଡର ଉଜୈର ଖାନ୍। ମଙ୍ଗଳବାର ଦିନ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତୀୟ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ୭ଦିନ ଧରି ଚାଲିଥିବା ଏନକାଉଣ୍ଟର‌ ଆଜି ଶେଷ ହୋଇଥିବା ବେଳେ ଭାରତୀୟ ସେନା ଗୁଳିରେ ନିହତ ହୋଇଛି ଲସ୍କର-ଏ-ତଇବା କମାଣ୍ଡର ଉଜୈର ଖାନ।

 

ସୂଚନାନୁଯାୟୀ, ଜଣେ ଅଧିକାରୀ କହିଛନ୍ତି, “ଲସ୍କର କମାଣ୍ଡର ଉଜୈର ଖାନଙ୍କୁ ହତ୍ୟା କରାଯାଇଛି। ସେ ରଖିଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଉଜୈର ସହ ଅନ୍ୟ ଜଣେ ଆତଙ୍କବାଦୀର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଅନନ୍ତନାଗର କୋକରନାଗରେ ଏନକାଉଣ୍ଟର ଶେଷ ହୋଇଥିଲେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ”

Related posts

ଓଡିଶା ଆସିବେ ରାହୁଲ ଏବଂ ପ୍ରିୟଙ୍କା 

mahabharatanews

ଦ୍ୱିତୀୟ ଥର ପାଇଁ ଭୁଶୁଡିଲା ବିହାରର ନିର୍ମାଣଧୀନ ପୋଲ

mahabharatanews

୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪୯ଟି ଆସନରେ ମତଦାନ ଆରମ୍ଭ

mahabharatanews