ଓଡିଶା

ବଢୁଛି ତାତି; ଆହୁରି ୨ଦିନ ସିଝିବେ ରାଜ୍ୟବାସୀ  

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାତି । ଅସହ୍ୟ ଗୁଳୁଗୁଳି ରୁ ରାଜ୍ୟବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ଆଜି ସକାଳ ସାଢେ ୫ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।ଆଜି ରାଜଧାନୀରେ ପାରଦ ୪୨ ଡିଗ୍ରି ଛୁଇଁପାରେ ବୋଲି ଆକଳନ କରାଯାଉଛି।ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ସୂଚନାନୁଯାୟୀ, ଆହୁରି ୨ ଦିନ ସିଝିବେ ଲୋକେ । ଉପକୂଳରେ ତାତି ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠୁ ୪ରୁ ୬ ଡିଗ୍ରି ଅଧିକ ସମ୍ଭାବନା ରହିଛି। ଏଣୁ ନିହାତି ଆବଶ୍ୟକ ନ ଥିଲେ ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଯଦିଓ ଏହି ଗରମ ଏବଂ ଗୁଳୁଗୁଳି ସହନୀୟ କିନ୍ତୁ ଛୋଟ ପିଲା , ବୟସ୍କ ବ୍ୟକ୍ତି ତଥା ରୋଗୀ ଶ୍ରେଣୀୟ ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ସିଧାସଳଖ ଖରାରୁ ଦୁରେଇ ରହିବା ସହ ଯଥେଷ୍ଟ ମାତ୍ରରେ ପାନୀୟ ଗ୍ରହଣ କରନ୍ତୁ ଏବଂ ରହୁଥିବା ସ୍ଥାନକୁ ଶୀତଳ ରଖିବାକୁ କୁହାଯାଇଛି।

Related posts

ରାଜ୍ୟରେ କଳା ବାଘ ସଂଖ୍ୟ ୧୩  

mahabharatanews

୪ ଦିନ ବିଳମ୍ବରେ ଆସିବ ମୌସୁମୀ

mahabharatanews

ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ହେବେ : ଅଫିସିଆଲି ବିଜ୍ଞପ୍ତି ପ୍ରକାଶ ପାଇବ

mahabharatanews