ଓଡିଶା

୪ ଦିନ ଯାଏ ପାଗ ଶୁଖିଲା 

(ଭୁବନେଶ୍ୱର) : କାଳବୈଶାଖୀ ପ୍ରଭାବରେ ଦୀର୍ଘ ୧୫ ଦିନ ହେବ ବର୍ଷା ଲାଗିରହିଥିବା ବେଳେ ଆଜି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇ  ୩୫ଡିଗ୍ରି ରହିବ। ୭ ତାରିଖ ଲଘୁଚାପ ସୃଷ୍ଟି ପରେ ବାତ୍ୟାର ଗତିପଥ, ତୀବ୍ରତା ନେଇ ଅଧିକ ସ୍ପଷ୍ଟ କହି ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ସୂଚନାନୁଯାୟୀ  , ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ।  ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ସେହି ଅଞ୍ଚଳରେ ହିଁ ୭ ତା‌ରିଖ ଦିନ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପଟି ଧୀରେଧୀରେ ଅଧିକ ଘନୀଭୂତ ହେବ ଓ ୮ ତାରିଖ ସୁଦ୍ଧା ଏକ ଅବପାତର ରୂପ ନେବ।

Related posts

୨୯ରୁ ଯୁକ୍ତ୨ ନାମଲେଖା

mahabharatanews

କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

mahabharatanews

ଲଘୁଚାପ ଅବପାତର ରୂପ ନେଇଛି,୧୨ ଘଣ୍ଟାରେ ସାମୁଦ୍ରିକ ବାତ୍ୟାର ରୂପ ନେବ

mahabharatanews