ଓଡିଶା

କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଡେରାବିଶ/କେନ୍ଦ୍ରାପଡା: କରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷା ପ୍ରଦାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଇନଜୀବୀ ଅବିନାଶ ପଣ୍ଡା ଓ କ୍ଷୀରୋଦ ଚନ୍ଦ୍ର ଦାସ ନିବେଦନ କରିଛନ୍ତି । ସେମାନେ ଏକ ଲିଖିତ ଆବେଦନପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଯେ ଏହି ଜିଲ୍ଲାର ଅନେକ ଗରିବ ଲୋକ ରାଜ୍ୟ ବାହାରେ ଓ ଦେଶ ବାହାରେ ମଜୁରିଆ ଭାବେ କାମକରି ନିଜ ପରିବାରର ଭରଣପୋଷଣ କରିଥାନ୍ତି । ଏବେ କରୋନା ଭୂତାଣୁ ସଂକ୍ରମଣର ବ୍ୟାପକତାକୁ ନେଇ ସେମାନେ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ପର୍ଯ୍ୟବେକ୍ଷଣ ବାବଦରେ ସରକାରୀ ସହାୟତା ପ୍ରଦାନ କରାଯିବାକୁ ଓ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବାକୁ ଆଇନଜୀବୀ ଶ୍ରୀ ପଣ୍ଡା ଓ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି ।

Related posts

ବ୍ଲକ ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟସ୍ତ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

mahabharatanews

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଦେଲେ ସମାଜସେବୀ

mahabharatanews

ପଂଚାୟତ ନିର୍ବାଚନ, ମିଳିଲା ଉଠାଇ ନେଇଥିବା ଭୋଟ୍ ବାକ୍ସ

mahabharatanews