ଓଡିଶା

ଆଜି ବି ଭିଜିବ ଓଡ଼ିଶା,୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

(ଭୁବନେଶ୍ୱର) :  ଆଜି ବି ଭିଜିବ ଓଡ଼ିଶା । ରାଜ୍ୟରେ ପ୍ରବଳ ବର୍ଷାର ରହିଛି ସମ୍ଭାବନା । ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ବର୍ଷା ଲାଗିବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୁରଭଞ୍ଜ. କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୂଚନାନୁଯାୟୀ , ଆସନ୍ତାକାଲି ଅର୍ଥାତ୍ ୫ତାରିଖରେ କେବଳ କେନ୍ଦୁଝର ଓ ମୟୁରଭଞ୍ଜ ରେ ବର୍ଷା ସମ୍ଭାବନା ରହିଛି । ଏହା ପରେ ୬  ଓ ୭ତାରିଖରେ ବର୍ଷାର ପରିମାଣ ଆହୁରି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମବଙ୍ଗରେ ସ୍ଥଳଭାଗ ଅତିକ୍ରମ କରି ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ପର୍ଯ୍ୟନ୍ତ ପହଁଞ୍ଚିଥିଲା ।ମୌସୁମୀ ଅତ୍ୟଧିକ ସକ୍ରିୟ ହେତୁ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୬.୮  ମିମି ବର୍ଷା ହୋଇଛି ବୋଲି ପାଣି ବିଭାଗ କହିଛି ।

Related posts

୩୧ ଯାଏ ବିଧାନସଭାକୁ ବନ୍ଦ ଘୋଷଣା କଲେ ବାଚସ୍ପତି

mahabharatanews

ପୁରୀରେ ୧୫୧ଟି କରୋନା ଆକ୍ଟିଭ କେସ ରହିଛି: ଜିଲ୍ଲାପାଳ

mahabharatanews

ଏସସିବିରେ ଶିଶୁ ଚୋରି ଘଟଣା: ପୁରା ଯୋଜନାବଦ୍ଧ ଭାବେ ହୋଇଥିଲା ପିଲା ଚୋରି

mahabharatanews