ଓଡିଶା

ରାଜ୍ୟରେ ବଢିବ ଶୀତ

(ଭୁବନେଶ୍ୱର) : ବାତ୍ୟା ପ୍ରଭାବରେ ରାଜ୍ୟରେ ଗତ ୩-୪ଦିନ ଧରି କୋହଲା ପାଗ ଥିବାରୁ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିଲା । ଏହା ପରେ ବର୍ତ୍ତମାନ ଆକାଶରୁ ବାଦଲ ହଟିବା ପରେ ଧୀରେ ଧୀରେ ଖସୁଛି ପାରଦ । ରାତି ବେଳା ତାପମାତ୍ରା ହ୍ରାସ ହେଉଛି । ଆଗାମୀ ୨ଦିନ ଭିତରେ ରାତିର ତାପମାତ୍ରା ଆହୁରି ୩-୫ ଡିଗ୍ରୀ ଯାଏଁ ଖସିବ । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁଯାୟୀ ,  ଏବେ ସାରା ରାଜ୍ୟର ତାପମାତ୍ରା ସ୍ୱାଭାବିକ ଠାରୁ ୪-୮ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ବର୍ତ୍ତମାନ ସମୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯ ୨ ଡିଗ୍ରୀ ରହିବା କଥା ମାତ୍ର ତାହା ୧୪.୮ ଡିଗ୍ରୀ ରହିଛି । ଝାରସୁଗୁଡା ଓ ସୁନ୍ଦରଗଡରେ ସ୍ବାଭାବିକ ତାପମାତ୍ରା ଯଥାକ୍ରମେ ୧୩.୬ ଓ ୧୧.୨ ଡିଗ୍ରୀ ରହିବା କଥା, କିନ୍ତୁ ଏବେ ରହିଛି ୧୬-୧୮ ଡିଗ୍ରୀ । କୋରାପୁଟ ହିଲ୍ ଷ୍ଟେସନ ବ୍ୟତୀତ ଆଉ କୌଣସି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ନାହିଁ । ତେବେ, ଚଳିତ ବର୍ଷ ଲଗାତର ଭାବେ ଶୀତ ହେବ ନାହିଁ । ଦୁଇରୁ ତିନି ଦିନ ଶୀତ ରହିବା ପରେ ପୁଣି ପାରଦ ଉପର ମୁହାଁ ହୋଇଯିବ । ପରେ ଏଭଳି ସ୍ଥିତିରେ ଜାନୁୟାରୀ ଶେଷ ନଚେତ୍ ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ।

Related posts

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଭୂକମ୍ପ ଝଟକା

mahabharatanews

ମଦର ଡାଏରୀ କ୍ଷୀର ମୂଲ୍ୟ ବୃଦ୍ଧି

mahabharatanews

ଜଗା ଦର୍ଶନ କରିଲେ ଗୋଆ ମୁଖ୍ୟମନ୍ତ୍ରୀ

mahabharatanews

Leave a Comment