ଓଡିଶା

୪ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

 (ଭୁବନେଶ୍ୱର): ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ତାତିରୁ ମିଳିବ ତ୍ରାହି । ସକାଳୁ ସକାଳୁ ଝିପି ଝିପି ବର୍ଷାରେ ଭିଜିଛି ଓଡ଼ିଶା । ଏହା ପରେ ତଳମୁହାଁ ହୋଇଛି ପାରଦ । ଶନିବାର ସକାଳୁ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ଝିପ୍‌ଝିପ୍‌ ବର୍ଷା ହୋଇଛି । ଆଜିଠୁ ୪ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ସୂଚନାନୁଯାୟୀ , ଶନିବାର ଦିନ ବାଲେଶ୍ୱର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡା, କଟକ, ଜଗସିଂହପୁର , କେନ୍ଦୁଝର, ଢେଙ୍କାନାଳ , ପୁରୀ , ଖୋର୍ଦ୍ଧା , ବୌଦ୍ଧ ଆଦି ଜିଲ୍ଲାରେ ଘଡିଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ଏସବୁ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ୫ଦିନ ରାଜ୍ୟରେ ପାଗ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱରରେ ଦିଲ୍ଲୀ ପୋଲିସ୍, ସାଇବର କ୍ରାଇମ୍ ଅଭିଯୋଗରେ ଯୁବକଙ୍କୁ ଉଠାଇ ନେଲା ସେହିପରି ଉତ୍ତର ଓ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Related posts

କରୋନା ମହାମାରି ସଂକ୍ରମଣ ଠାରୁ ଜିଲ୍ଲାକୁ ବଞ୍ଚାଇବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

mahabharatanews

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗର ବଡ଼ ଅଫିସର 

mahabharatanews