(ଭୁବନେଶ୍ୱର) : ଅବପାତରେ ପରିଣତ ହେଲା ଲଘୁଚାପ । କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ରାଜ୍ୟରେ ଆଜିଠୁ ବର୍ଷା ଆରମ୍ଭ ହେବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ୧୫ରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୂର , ପୁରୀରେ ହାଲୁକା ବର୍ଷା ରହିବ । ୧୬ ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ସର୍ବାଧିକ ବର୍ଷା ସମ୍ଭାବନା ରହିଛି । ଏଥିସହ ପାର୍ଶ୍ଵବର୍ତ୍ତୀ ଜିଲ୍ଲା କଟକ, ଖୋର୍ଦ୍ଧା , ପୁରୀ , ଗଞ୍ଜାମ, ଯାଜପୁର , ବାଲେଶ୍ଵର, ଢେ଼ଙ୍କାନାଳରେ ବର୍ଷାର ସମ୍ଭାବନା ରହିଛି । ୧୭ରେ ଉତ୍ତର ଉପକୂଳ ଓଡିଶାର ବାଲେଶ୍ଵରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସୂଚନାନୁଯାୟୀ , ଆଜି ଲଘୁଚାପ ଅବପାତରେ ପରିଣତ ହୋଇଛି । ୧୬ରେ ଏହା ଗଭୀର ଅବପାତର ରୂପ ନେଇ ଓଡିଶା ଉପକୂଳ ଛୁଇଁବ । ଧୀରେ ଧୀରେ ଏହାର ଗତିପଥ ବଦଳିବ । ଉତ୍ତର ପଶ୍ଚିମ ଦିଗରେ ଏହା ଗତିପଥ ବଦଳାଇବ । ଏହାର ପ୍ରଭାବରେ ୧୫ ରେ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ହେବ । ଏହା ପରେ ୧୬ରେ ବର୍ଷାର ପ୍ରଭାଵ ସର୍ବାଧିକ ରହିବ । ସେହିଭଳି ୧୭ରେ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।