ଓଡିଶା

 ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

(ଭୁବନେଶ୍ୱର) : ତାତିରେ ସିଝୁଛି ରାଜଧାନୀ । ପ୍ରଚଣ୍ଡ ଖରା ସହ ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ଏବଂ ଉତ୍ତରରୁ ଦକ୍ଷିଣ ସବୁଆଡ଼େ ତାତିର ପ୍ରକୋପ । ଏମିତିକି ଖରାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଏଥି ମଧ୍ୟରେ ଦିନ ସାଢେ ୧୧ସୁଦ୍ଧା ରାଜଧାନୀ ପାଲଟିଛି ଉତ୍ତପ୍ତ ସହର । ଭୁବନେଶ୍ୱରରେ ତାପମାତ୍ରା ୩୯.୮ଡିଗ୍ରୀ ଛୁଇଁଛି ।

ସୂଚନାନୁଯାୟୀ, ସେହିପରି କେନ୍ଦୁଝରରେ ୩୯.୨ଡିଗ୍ରୀ, ବାଲେଶ୍ୱରରେ ୩୮, ଝାରସୁଗୁଡାରେ ୩୮, ରାଉରକେଲାରେ ୩୭.୮, ଚାନ୍ଦବାଲିରେ ୩୭.୪, ସମ୍ବଲପୁରରେ ୩୭.୪, ହୀରାକୁଦରେ ୩୬.୬ ଡିଗ୍ରୀ ପରେ ରହିଛି ପାରଦ । ଏହା ବାଦ୍ ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ 32 ଓ ଗୋପାଳପୁରରେ ୩୧.୮ ଡିଗ୍ରୀ ଛୁଇଁଛି ପାରଦ । ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ମନା; ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇ ଏ ନେଇ ମାର୍ଗଦର୍ଶିକା ଜାରି କରିଛି ଜନସ୍ୱାସ୍ଥ୍ୟ ବିଭାଗ ।

 

Related posts

ସୁବର୍ଣ୍ଣପୁର ଲୋକମହୋତ୍ସବ ଉଦ୍ୟାପିତ

mahabharatanews

କେନ୍ଦ୍ରାପଡା ଲୋକସେବା କ୍ଷେତ୍ରରେ ମେଗା ସ୍ୱାସ୍ଥ୍ୟମେଳା

mahabharatanews

ରାଜ୍ୟରେ ବଜ୍ରପାତ ହେତୁ ୫ ମୃତ

mahabharatanews