(ଅଯୋଧ୍ୟା) : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାରରେ କୋଲକାତାରେ ଏକ ସର୍ବ ଧର୍ମ ଯାତ୍ରା କରିଥିଲେ । ହାଜ୍ରା ମୋଡରୁ ଆରମ୍ଭ ହୋଇଥିବା ଏହି ସର୍ବ ଧର୍ମ ଯାତ୍ରାରେ ସମସ୍ତ ଧର୍ମର ଲୋକମାନେ ଅଂଶଗ୍ରହଣ କରିଛନ୍ତି ।
ସୂଚନାନୁଯାୟୀ , ତୃଳମୂଳ କଂଗ୍ରେସ ଦଳର ମୁଖ୍ୟ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଆୟୋଜିତ ଏହି ରାଲିକୁ ନେଇ ଟିଏମସି କହିଛି, ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଧର୍ମନିରପେକ୍ଷତା ଆମ ଦେଶକୁ ଏକତ୍ର କରେ । ପାର୍କ ସର୍କସ ଗ୍ରାଉଣ୍ଡରେ ଏକ ବିଶାଳ ସଭା ସହିତ ଏହି ରାଲି ଶେଷ ହୋଇଥିଲା । ରାଲି ଆରମ୍ଭ କରିବା ପୂର୍ବରୁ ମମତା ବାନାର୍ଜି କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ବିଜେପି ଏହାକୁ ନିର୍ବାଚନୀ ଫାଇଦା ପାଇଁ ବ୍ୟବହାର କରୁଛି ବୋଲି ଦଳ ଏକ ବିବୃତି ଜାରି କରି କହିଥିଲା ।
