ଅପରାଧ

ଦିଲ୍ଲୀ ପୁଲିସ ହାତରେ ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ ହ୍ୟାକର

ଭୁବନେଶ୍ୱର: ଓକାକ୍ ସିଇଓଙ୍କ ହ୍ୱାଟ୍ସ ଆପ ହ୍ୟାକ୍ର ମୁଖ୍ୟ ଅଭିଯୁକ୍ତ ଗିରଫ । ଦିଲ୍ଲୀ ପୁଲିସ ହାତରେ ଲାଗିଛି ଅଭିଯୁକ୍ତ । ବାଙ୍ଗାଲୁରୁରୁ ଅଭିଯୁକ୍ତ ନାଇଜେରୀୟ ନାଗରିକ ଅକ୍ୟୁଦୁରୀ ପାସ୍କେଲକୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଏକ ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ତାକୁ କାବୁ କରିବ।।ରେ ସକ୍ଷମ ହୋଇଛି ଦିଲ୍ଲୀ ପୁଲିସ । ଏହା ଜଣାପଡିବା ପରେ ବାଙ୍ଗୁଲୁରୁ ବାହାରିଛି ରାଜ୍ୟ ପୁଲିସ । ଏନେଇ ସୂଚନା ଦେଇଛନ୍ତି କ୍ରାଇମ ବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।
କିଛି ଦିନ ତଳେ ଓକାକ୍ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପକୁ ହ୍ୟାକ କରାଯାଇଥିଲା । ହ୍ୱାଟ୍ସଆପ ହ୍ୟାକ କରି ମନୋଜଙ୍କ ବିଭିନ୍ନ ବନ୍ଧୁଙ୍କୁ ଫୋନ କରି ସେମାନଙ୍କଠାରୁ ଟଙ୍କା ମାଗିଥିଲା ହ୍ୟାକର । କିଛି ବନ୍ଧୁ ମଧ୍ୟ ଟଙ୍କା ପଠାଇଥିଲେ ହ୍ୟାକ୍ର ଦେଇଥିବା ଆକାଉଣ୍ଟ ନମ୍ବରକୁ । ତେବେ ଜଣେ ବନ୍ଧୁଙ୍କଠାରୁ ସୂଚନା ପାଇ ମନୋଜ ଜାଣିବାକୁ ପାଇଥିଲେ ତାଙ୍କ ହ୍ୱାଟ୍ସଆପ ଆକାଉଣ୍ଟ ହ୍ୟାକ ହୋଇଯାଇଛି । ତେଣୁ ସେ ଏନେଇ ପୁଲିସରରେ ଅଭିଯୋଗ କରିଥିଲେ ।

 

Related posts

ପାରିବାରିକ କହଳରୁ ମହିଳାଙ୍କ ମୃତ

mahabharatanews

ରମାଦେବୀ ଛାତ୍ରୀଙ୍କ ମୃତଦେହ ଯାଜପୁରରୁ ଉଦ୍ଧାର

mahabharatanews

ନିର୍ଭୟ ହତ୍ୟାକାରୀ

mahabharatanews