ଓଡିଶାଦୁର୍ଘଟଣା

କାଳିଯାଇ ଦର୍ଶନ କରିବାକୁ ଗଲା ବେଳେ ଅଘଟଣ

ବାଲୁଗାଁ: କାଳିଜାଇରେ ଅଘଟଣ । କାଳିଜାଇଙ୍କ ଦର୍ଶନ ଓ ମକର ମେଳା ଦେଖିବା ପାଇଁ ଯିବା ବେଳେ ଘଟିଛି ଅଘଟଣା । ଯାତ୍ରୀମାନେ ଡଙ୍ଗାରେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ଆଜି ସକାଳେ ଘନକୁହୁଡ଼ିରେ ଚିଲିକା ମଝିରେ ଉକ୍ତ ଡଙ୍ଗାଟି ଫସିଯାଇଥିଲା।ଗଡ଼ ଜେଟିରୁ ଏହି ଡଙ୍ଗାରେ୨୫ରୁ ଅଧିକ ଶ୍ରଦ୍ଧାଳୁ ଯାଉଥିଲେ। ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ଫସିଥିବା ସୂଚନା ରହିଛି। ଓଡ୍ରାଫ୍ ଟିମରେ ୮ଜଣ ସଦସ୍ୟ ଚିଲିକା ମଝିରେ ଫସିଥିବା ଜଣାପଡ଼ିଛି । ଏହି ଖବର ପାଇବା ପରେ ସ୍ଥାନୀୟ ଏସଡିପିଓ କହିଛନ୍ତି, ଏବେ ବାଲୁଗାଁରୁ କାଳିଜାଇଙ୍କ ପାଖକୁ ଯିବା ଡଙ୍ଗା ଉପରେ କଟକଣା ଜାରି କରାଯାଇଛି। ଚିଲିକାରେ ଡଙ୍ଗା ଚଲାକୁ ବନ୍ଦ କରାଯାଇଛି । କୁହୁଡ଼ି କମିଲେ ପୁଣି ଡଙ୍ଗା ଚଳଚଳକୁ ଅନୁମତି ଦିଆଯିବ।

 

Related posts

ନୃଶଂସ ବାଘର ଆତଙ୍କ

mahabharatanews

୮ରେ ବାତ୍ୟା : ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଦିଲ୍ଲୀବାସୀ ଚିନ୍ତାରେ ;ଆଉ ମିଳିବନି ମାଗଣା ବିଜୁଳି

mahabharatanews