ଓଡିଶା

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର

(ପୁରୀ) : ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଦାବି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାରିଦ୍ବାର ଖୋଲିବା ଦାବି ଜୋରଦାର ହୋଇଛି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ସମର୍ଥନ କରିଥିବା ବେଳେ   । ଜିଲ୍ଲାପାଳଙ୍କୁ ଭେଟି ଭକ୍ତଙ୍କ ଉଦ୍ଦେଶ୍ୟରେ ଚାରିଦ୍ୱାର ଖୋଲିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସାତ ଦିନ ଭିତରେ ଦାବି ପ୍ରଶାସନ ପୂରଣ ନକଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି ।

ସୂଚନାନୁଯାୟୀ ,  ସେପଟେ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ସହ ବରିଷ୍ଠ ସେବାୟତଙ୍କ ପରାମର୍ଶ ନିଆଯାଇ ଚାରିଦ୍ବାର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଚାରି ଦୁଆର ନଖୋଲାହେବା ଯୋଗୁଁ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପ୍ରତିଦିନ ପୁରୀ ବାସିନ୍ଦା ମାନେ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିର କୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ଖୁବଶୀଘ୍ର ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର ଛତିଶା ନିଯୋଗକୁ ସଚେତନ ନାଗରିକ ମଞ୍ଚ ଭେଟି ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବାରେ ହସ୍ତକ୍ଷେପ କରିବାକୁ ଦାବି କରାଯିବ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି।

Related posts

ନିର୍ମାଲ୍ୟ ଓ ମହାପ୍ରସାଦର ଅନଲାଇନ ବିକ୍ରିକୁ ବିରୋଧ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ

mahabharatanews

ଦୁବାଇ ଚିଡ଼ିଆଖାନାରୁ ଆସିବେ ନୂଆ ଅତିଥି  

mahabharatanews

ଚତୁର୍ଥ ଦିନରେ ମୌସୁମୀ ଅଧିବେଶନ

mahabharatanews