ଓଡିଶା

କେବେ ଅପରାଜିତାଙ୍କ ପିଛା ଛାଡିବ ବିରୋଧ?

(ଶ୍ରୀହର୍ଷ ମିଶ୍ର/ଭୁବନେଶ୍ୱର): ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଏବେ ନିଜ ନିର୍ବାଚନ ମଣ୍ଡଳିରେ ବିରୋଧର ସାମ୍ନା କରିବାକୁ ପଡିଛି । ନିର୍ଭିକ ଲେଡି ଭାବେ ଦିନେ ସାରା ଓଡ଼ିଶା ବୁଲି ଆସୁଥିବା ବେଳେ ତାଙ୍କ ପଛରେ ଦେଖିବାକୁ ମିଳୁଥିଲା ଜନତାଙ୍କ ଭିଡ । କିନ୍ତୁ ଏବେ ନିଜ ନିର୍ବାଚନ ମଣ୍ଡଳୀ ଭରତପୁରରେ ତାଙ୍କୁ ତାଙ୍କରି ଦଳର କର୍ମୀମାନେ ବିରୋଧ କରୁଛନ୍ତି । ପଦଯାତ୍ରା ବେଳେ ଗୋବ୍ୟାକ୍ ଅପରାଜିତା କହି ଘଉଡାଇ ଦେଇଛନ୍ତି ଭରତପୁର ମଣ୍ଡଳ ବିଜେପି କର୍ମୀମାନେ । ତେବେ ଏହି ବିରୋଧ ତାଙ୍କ ଅପାରଗତା ପାଇଁ ନା ଅସହିଷ୍ନୁତାକୁ ନେଇ ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ନିଜ କ୍ଷମତାକୁ ନେଇ ସୀମା ଭିତରେ ରହିବାକୁ ତାଙ୍କୁ କୁହାଯାଇଛି । ନିଜ ନିର୍ବାଚନ ମଣ୍ଡଳୀ ଛାଡି ତାଙ୍କୁ ଓଡ଼ିଶା ସାରା ବୁଲିବା ଦରକାର ନାହିଁ ବୋଲି ଏବେ ବୁଝାଇ ଦିଆଯାଇଛି ।

କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ତାଙ୍କ ଅଫିସ ସିଲ ହେବା ବେଳେ ଚୁପ୍ ରହିଥିଲା ରାଜ୍ୟ ବିଜେପି । ଖାସ ଏଥିପାଇଁ ବୋଧ ହୁଏ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ତାଙ୍କ ରାଲି ଦେଖିଲେ ଲାଗୁଥିଲା ଦଳୀୟ ନେତା ତାଙ୍କୁ ସାଙ୍ଗରେ ନେଉ ନଥିଲେ ବରଂ ସେ ଲୋକଙ୍କ ସାଙ୍ଗରେ ବୁଲୁଥିଲେ । ସାଂସଦ ହେବା ପୂର୍ବରୁ ଓ ପରେ ଅପରାଜିତା ତାଙ୍କ ଷ୍ଟ୍ରାଟେଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ଦେଖିଲେ ଲାଗେ ଗୋଟିଏ ପଟେ ବିଜେପି ଆଉ ଗୋଟେ ପଟେ ଟିମ୍ ଅପରାଜିତା । ଭୁବନେଶ୍ୱରର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଭୁବନେଶ୍ୱର ଓ ଖୋର୍ଦ୍ଧାର ସଭାପତି ଚୟନ ବେଳେ ଅପରାଜିତାଙ୍କ ହସ୍ତକ୍ଷେପ ପାଇଁ ପରିସ୍ଥିତି ଯେପରି ହୋଇଥିଲା ତାହା ସମସ୍ତେ ଜାଣନ୍ତି । ପ୍ରଥମ ରାଉଣ୍ଡରେ ଅପରାଜିତା ଜିତିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ହାରିଲେ । ଆଉ ତୃତୀୟ ରାଉଣ୍ଡରେ ଦଳ ଭିତରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରି ତାଙ୍କ ପରିଧି ତାଙ୍କୁ ବୁଝାଇ ଦିଆଯାଇଥିଲା । ଏବେ ଅପରାଜିତା ତାଙ୍କ ଓଡ଼ିଶା ଟୁରକୁ କେମିତି ମ୍ୟାନେଜ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related posts

ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

mahabharatanews

ଶିଶୁ ବଦଳ ମାମଲା;  ଆଜି ହେବ ଡିଏନ୍‌ଏ ଟେଷ୍ଟ 

mahabharatanews

ଥାନା ଅଧିକାରୀ ପରିଚୟ ଦେଇ ହୋମଗାର୍ଡର୍ଙ୍କ ବଟି ଆଦାୟ

mahabharatanews