ବିଶେଷଭାରତ

ଭାରତର ଏକ ଏପରି ସ୍ଥାନ ଯେଉଁଠାରେ ଭାରତୀୟ ସମ୍ବିଧାନ ଲାଗୁ ହୁଏନାହିଁ ; ଜଣାନ୍ତୁ କେଉଁଠି ଅଛି ତାହା

ମଲାଣା : ଆମ ଭାରତ ଦୁନିଆର ସବୁଠାରୁ ବଡ ଗଣତାନ୍ତ୍ରୀକ ଦେଶ ଭାବେ ପରିଚିତ । କିନ୍ତୁ ଆପଣ ଯାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଭାରତର କୌଣସି ସାମ୍ବିଧାନିକ ନିୟମ ଲାଗୁ ହୁଏ ନାହିଁ । କାରଣ ଏହି ଅଜବ ଗାଁ ଭିତରେ ନିଜର ହିଁ ଅଲଗା ନିୟମ ସହ ନିଜର ପାର୍ଲିଆମେଣ୍ଟ ରହିଛି । ଏଠାକାର ଲୋକେ ମୋଗଲ ବାଦ୍ସା ଆକବରଙ୍କ ପୂଜା କରିଥାନ୍ତି । ଆଉ ନିଜକୁ ସିକନ୍ଦରଙ୍କ ବଂଶ ବୋଲି ମାନିଥାନ୍ତି । ଆଉ ଏହି ଗାଁର ସବୁ ଜିନିଷ ରହସ୍ୟମୟ ଅଟେ ।

ଏହି ଅଜବ ଗାଁର ନାଁ ହେଉଛି, ମଲାଣା । ଏହି ମଲାନା ଗାଁ ହିମାଚଳ ପ୍ରଦେଶର ପାହାଡିଆ ଅଞ୍ଚଳର ମଲାଣା ନାଲା ଘାଟିରେ ଅବସ୍ଥିତ । ସୂଚନା ଅନୁସାରେ ଏହି ଗାଁର ଇତିହାସ ବହୁ ପୂରାତନ ଅଟେ । ଏହା ସହ ଏହାକୁ ଦୁନିଆର ସବୁଠାରୁ ପୂରୁଣା ଲୋକତନ୍ତ୍ର ବୋଲି କୁହାଯାଏ । ଏହି ଗାଁର ଅଦ୍ଭୁତ ରହସ୍ୟ ଯୋଗୁଁ ଭାରତ ଛଡା ଅନ୍ୟଦେଶରେ ବି ଜଣାଶୁଣା ହୋଇଯାଇଛି । ଏଣୁ ଏହା ଏକ ପର୍ଯ୍ୟଟନ ସ୍ଥଳ ମଧ୍ୟ ହୋଇଯାଇଛି । ଯାହାକୁ ଦେଖିବାକୁ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି ।

କଣ ରହିଛି ମଲାଣା ଗାଁର ଇତିହାସ?

ଏହି ଗାଁର ଇତିହାସ ଦେଖିବାକୁ ଗଲେ କୌଣସି ବହିରେ ବେଶି କିଛି ଉଲ୍ଲେଖ ନାହିଁ । ବହୁ ପୁରାତନ କାଳରୁ ଏଠାରେ ଜମ୍ବଲୁ ଋଷି ଏଠାରେ ବାସ କରୁଥିଲେ । ସେହି ଋଷି ହିଁ ସେହି ଗାଁର ନିୟମ କାନୁନ ବନାଇ ଥିଲେ । ଏଠାକାର ଗଣତନ୍ତ୍ର ଦୁନିଆର ସବୁଠାରୁ ପୂରୁଣା ଗଣତନ୍ତ୍ର ବୋଲି ଜଣାଯାଇଥାଏ । ଜମ୍ବଲୁ ଋଷୀଙ୍କୁ ଏଠାରେ ଆର୍ଯ୍ୟ ଶାସନ ପୂର୍ବରୁ ପୂଜା କ଼ରାଯାଉଛି । ଆଉ ଏହି ଜମ୍ବଲୁ ଋଷିମାନଙ୍କ ବିଷୟରେ ପୂରାଣରେ ମଧ୍ୟ ଉଲ୍ଲେଖ ଅଛି । ଏହା ଛଡା ମଲାଣା ଗାଁର ଲୋକେ ନିଜକୁ ସିକନ୍ଦରଙ୍କ ବଂଶ ବୋଲି ମାନିଥାନ୍ତି । ବହୁ ସମୟ ପୂର୍ବରୁ ମୋଗଲ ଶାସକ ଆକବର ଅସୁସ୍ଥ ଥିଲେ । ସେ ତାଙ୍କର ଚିକିତ୍ସା କରିବା ପାଇଁ ସେହି ଗାଁକୁ ଯାଇଥିଲେ । ସେ ସୁସ୍ଥ ହୋଇଯିବା ପରେ ସହି ଲୋକମାନଙ୍କର କରଜ ମୁକ୍ତ କରାଇଥିଲେ ।

କଣ ରହିଛି ଏହି ଗାଁର ସାମାଜିକ ସଂରଚନା?

ଏହି ଗାଁର ସାମାଜିକ ସଂରଚନା ଜମ୍ବଲୁ ଋଷିଙ୍କ ବିଶ୍ୱାସ ଆଉ ନିୟମରେ ପରିଚାଳିତ ହୋଇଥାଏ । ପୁରା ଗ୍ରାମର ପ୍ରଶାସନକୁ ଏକ ଗ୍ରାମ ପରିସଦ ମାଧ୍ୟମରେ ଋହି ଜମ୍ବଲୁଙ୍କ ନିୟମ ଦ୍ୱାରା ନିୟନ୍ତ୍ରୀତ କରାଯାଇଥାଏ । ଏହି ଗ୍ରାମ ପରିଷଦରେ ୧୧ ଜଣ ସଦସ୍ୟ ଥାନ୍ତି । ସେମାନେ ଋଷିଙ୍କ ନିୟମ ଅନୁସାରେ ସେମାନେ ପ୍ରତି ନିଧିତ୍ୱ କରିଥାନ୍ତି ।

ମଲାଣା ନିବନାସୀ ନିଜକୁ ଶ୍ରେଷ୍ଠ ମାନିଥାନ୍ତି । ଆଉ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଘର, ପୂଜା ସ୍ଥାନ, କଳାକୃତି ଓ କାନ୍ଥକୁ ଛୁଇଁବାକୁ ଅନୁମତି ଦେଇ ନ ଥାନ୍ତି । ଆଉ ତାଙ୍କ ଏପରି ଅଜବ ନିୟମ ହେତୁ ବାହାରୁ ଆସୁଥିବା କୌଣସି ବ୍ୟକ୍ତି ବା ପର୍ଯ୍ୟଟକଙ୍କର ରହିବାର ବ୍ୟବସ୍ଥା ମଧ୍ୟ ଏଠାରେ ନାହିଁ । ଏଣୁ ପର୍ଯ୍ୟଟକମାନେ ଗ୍ରାମ ବାହାରେ ଟେଣ୍ଟ କରି ରହିଥାନ୍ତି । ଏମିତିକି ଯଦି ଭୁଲରେ ବି କେହି ସେଠାକାର ଲୋକଙ୍କୁ କି ତାଙ୍କ ଜିନିଷକୁ ଛୁଇଁ ଦିଏ ତେବେ ତାକୁ ଏକ ହଜାର ଟଙ୍କା ଆଦାୟ କରିଥାନ୍ତି । ଏପରିକି ଏହି କଥା ଜଣାଇବାକୁ ମଲାଣା ଲୋକମାନେ ଜାଗା ଜାଗାରେ ବୋର୍ଡ ମଧ୍ୟ ଲଗାଇଛନ୍ତି ।

Related posts

ଆଜି ଅଟଳଜୀଙ୍କ ପୁଣ୍ୟ ତିଥି; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ 

mahabharatanews

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

mahabharatanews

ଦିଲ୍ଲୀରେ ପ୍ରଦୂଷଣ କମ୍ ହେବାରେ ନାଁ ଧରୁନି

mahabharatanews