ଓଡିଶାଦୁର୍ଘଟଣା

ନଦୀରେ ଗାଧୋଇବା ହେଲା କାଳ , କୁସେଇ ନଦୀରେ ବୁଡି ଯୁବକ ମୃତ

କେନ୍ଦୁଝର : ନଦୀରେ ଗାଧେଇବା ହେଲା କାଳ । ଏମିତି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦେଓଗାଁ ଗ୍ରାମରେ । ଦେଓଗାଁ ଗ୍ରାମର ବାବୁଆ ମୁଖୀ ନାମକ ଯୁବକ କୁସେଇ ନଦୀକୁ ମଙ୍ଗଳବାର ଗାଧେଉଥିବା ସମୟରେ ହାଟାତ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦେଖି ଉଦ୍ଧାର କରି ପ୍ରଥମେ ଦେଓଗାଁ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତିକରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ପକ୍ଷରୁ ତଦନ୍ତ ଯାରି ହୋଇଥିବା ଜଣାପଡିଛି ।

Related posts

୧୦୦ କୋଟିର ସୁନା-ଚାନ୍ଦିରେ ସୁସଜ୍ଜିତ ମା ଦୁର୍ଗା

mahabharatanews

ଆସୁଛି ଦୁଇ ଦୁଇଟି ଲଘୁଚାପ , ବର୍ଷାର ପରିମାଣ ହେବ ବୃଦ୍ଧି

mahabharatanews

ରାଜ୍ୟରୁ ୧୧ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

mahabharatanews