ଓଡିଶାରାଜନୀତି

ବିଜେଡିରୁ ସୁଜାତା ଯାଇପାରନ୍ତି ରାଜ୍ୟସଭା, ବିରୋଧ କଲେଣି ବରିଷ୍ଠ ନେତା

ନୂଆପଡା ଉପବ ନିର୍ବାଚନ ସରିଲା । ଏବେ ଫୋକସରେ ରହିଛି ରାଜ୍ୟସଭା । ଆଗାମୀ ଅପ୍ରିଲ ମାସରେ ଚାରି ରାଜ୍ୟସଭା ସାଂସଦଙ୍କ କାର୍ୟ୍ୟକାଳ ସରିବ । ଖାଲି ହେବାକୁ ଥିବା ଥିବା ଆସନରୁ କିଏ ରାଜ୍ୟସଭା ଯିବେ ଏନେଇ ଏବେଠୁ ଆରମ୍ଭହେଲାଣି ଗଣନା। ସଂଖ୍ୟା ଗରିଷ୍ଠତାକୁ ଦେଖିଲେ ବିଜେପି ଭାଗରେ ଦୁଇଟି ଓ ବିଜେଡି ଭାଗରେରେ ଗୋଟିଏ ପଡ଼ିବ । ଅନ୍ୟ ଗୋଟିଏ ଆସନ ପାଇଁ ଛକାପଂଝା ର ରାଜନୀତି ଚାଲିବ । ବିଜେଡିର ଗୋଟିଏ ଆସନରୁ କିଏ ଯିବ ରାଜ୍ୟସଭା? ତାକୁ ନେଇ ଶଙ୍କ ଭବନରେ ଚାଲିଲାଣି ମାନଓ ମନ୍ଥନ ଚାଲିଛି ।
କଥା ଉଠିଛି କୁଆଡେ ପାଣ୍ଡିଆନ ଓ ତାଙ୍କ ଟିମ୍ ସୁଜାତାଙ୍କୁ ରାଜ୍ୟସଭା ପଠାଇବାକୁ ଚାହୁଁଛନ୍ତି ବୋଲି । ଯଦି ଏମିତି ହୁଏ ତେବେ ପାଣ୍ଡିଆନ ପୁଣି ଥରେ ରାଜନିତୀରେ ଆଗକୁ ଆସିପାରନ୍ତି । ଆଉ ସିଧାସଳଖ ବିଜେଡିରେ ନିଜର ହାକିମାତି ଦେଖାଇ ଦଳର ନେତାଙ୍କୁ ତାଙ୍କ ଅନୁସାରେ କାମ କରିବାକୁ କହିପାରନ୍ତି । ପାଣ୍ଡିଆନଙ୍କ ପାଇଁ ବିଜେଡି ୨୦୨୪ ନିର୍ବାଚନ ହାରିଲା ବୋଲି ଦଳ ଭିତରେ ଯେଉଁ କଥା ଉଠିଥିଲା ତାହା ମଧ୍ୟ ଭୁଲ ବୋଲି ପ୍ରମାଣିତ ହୋଇଯିବ ।
ହେଲେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି କିଛି ବରିଷ୍ଠ ନେତା । କାରଣ ଯଦି ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଜ୍ୟସଭା ଯିବେ, ତାହେଲେ ବିଜେଡି ବରିଷ୍ଠଙ୍କ ଦବଦବା ଦଳରେ ରହିବନି । ସେଥିପାଇଁ ପାଣ୍ଡିଆନ ଦମ୍ପତି ବିଜେଡିକୁ ଧିରେ ଧିରେ ନିଜ କବ୍‌ଜାକୁ ନେଇଯିବେ । ଆଉ ନବୀନ ମଧ୍ୟ ତାଙ୍କୁ ଖୋଲା ହସ୍ତରେ ସମର୍ଥନ କରିବେ । ଫଳରେ ପାର୍ଟି ଭିତରେ ପାଣ୍ଡିଆନ ପ୍ରେମୀଙ୍କ ସଂଖ୍ୟା ବଢିଯିବ । ଏହି ସବୁ ଆଭାସ ମିଳିବା ପରେ ବିଜେଡି ଭିତରେ ଏବେ ଟଣାଓଟରା ଚାଲିଲାଣି । ଦରକାର ପଡ଼ିଲେ ଏହା ଗଣ୍ଡଗୋଳର ରୂପ ନେଇପାରେ । ଏହି ଗୋଟିଏ ରାଜ୍ୟସଭା ଆସନ ହିଁ ବିଜେଡି ପାଇଁ କାଠିକର ପାଠ ହୋଇପାରେ ।

Related posts

ପ୍ରସଙ୍ଗ ଉପରେ କହିବା ଏବଂ ସେଗୁଡ଼ିକୁ ଉଠାଇବା ନାଟକ ନୁହେଁ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଲଟା ଆକ୍ରମଣ

mahabharatanews

୨୨ ବେଳକୁ ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ

mahabharatanews

ଜମିବାଡି ବିବାଦକୁ ନେଇ ଆକ୍ରମଣ କଲେ ଶ୍ୱଶୁରଙ୍କ ପରିବାର

mahabharatanews