ଓଡିଶା

ଅନୁଭବଙ୍କ ପୈତୃକ ଘର ଛାଡିବେ ବର୍ଷା !

କଟକ : ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କୋର୍ଟର ବଡ ନିଷ୍ପତ୍ତି ଅନୁଭବଙ୍କ ପୈତୃକ ଘର ଛାଡିବାକୁ ନିର୍ଦ୍ଦେଶ । ବର୍ଷା ପ୍ରିୟଦର୍ଶିନୀ ଛାଡିବେ ଅନୁଭବ ମହାନ୍ତିଙ୍କ ଘର । ଅନ୍ୟପଟେ କିନ୍ତୁ ବର୍ଷାଙ୍କ ରହଣି ପାଇଁ ଅନୁଭବ ବ୍ୟବସ୍ଥା କରିବେ ବୋଲି କୁହାଯାଇଛି । ଅନୁଭବଙ୍କ ପିଟିସନଙ୍କୁ ଗ୍ରହଣ କରିଛନ୍ତି ଏସଡିଜେଏମ୍ କୋର୍ଟ । ପୈତୃକ ଘର ଛାଡିବାକୁ ଆବେଦନ କରିଥିଲେ ଅନୁଭବ। ତେବେ ଅନୁଭବଙ୍କ ଓକିଲ ଆଲୋକ ମହାପାତ୍ରଙ୍କ କହିବା ଅନୁସାରେ, ବର୍ଷାଙ୍କୁ ପ୍ରତିମାସ ୧୦ ତାରିଖ ଭିତରେ ମାସକୁ ୩୦ ହଜାର ଟଙ୍କା ରହଣି ପାଇଁ ଦେବେ ଅନୁଭବ । ଅନୁଭବ ୨ମାସର ଟଙ୍କା ଦେବା ପରେ ବର୍ଷା ଘର ଛାଡିବେ। କିନ୍ତୁ ବର୍ଷା ତାଙ୍କ ସୁରକ୍ଷା ଦୃଷ୍ଟିରୁ ନିଜେ ଘର ଖୋଜିବେ ବୋଲି ଅନୁଭବଙ୍କ ଓକିଲ କହିଛନ୍ତି ।

Related posts

ଖୋଲିବନି ଶ୍ରୀମନ୍ଦିର ୪ ଦ୍ୱାର 

mahabharatanews

ସରକାରୀ ଉଦ୍ୟୋଗ ଗୁଡିକର ଘରୋଇକରଣ ନିମନ୍ତେ କୌଣସି ପ୍ରସ୍ତାବ ହସ୍ତଗତ ହୋଇନାହିଁ

mahabharatanews

ବନ୍ଦେ ଭାରତ ଏକ୍ସପ୍ରେସ୍ : ହାୱଡ଼ା ମୁହାଁ ପ୍ରଥମ ଟ୍ରେନ

mahabharatanews