ଓଡିଶା

ଖୋଲିବନି ଶ୍ରୀମନ୍ଦିର ୪ ଦ୍ୱାର 

(ପୁରୀ) :  ଖୋଲିବନି ଶ୍ରୀମନ୍ଦିରର ୪  ଦ୍ୱାର । ଶ୍ରୀମନ୍ଦିର ପ୍ରକଳ୍ପ କାମ ନ ସରିବା ଯାଏଁ ଖୋଲିବନି  ୪ ଦ୍ୱାର ଭକ୍ତଙ୍କ ପାଇଁ ମନା  ।  ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏ ନେଇ ସୂଚନା ଦିଆଯାଇଛି ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସରିବା ପରେ ଚାରିଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଯିବ । ଏବେ ୪ ଦ୍ୱାରା ନଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ର ନିଷ୍ପତି ରହିଛି । ପରିକ୍ରମା ପ୍ରକଳ୍ପ କାମ ସରିନଥିବାରୁ ଏବେ ୪ଦ୍ୱାରା ଖୋଲିବନି । କାଲି ବୈଠକରେ ୪  ଦ୍ୱାର ଖୋଲିବା ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲୁଥିବାରୁ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାରରେ ଧାଡ଼ି ବ୍ୟବସ୍ଥା କରାଯାଇପାରିବନି ।  ଜାଗା ନଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଧାଡ଼ି ବ୍ୟବସ୍ଥା କରିହେବନି । ପ୍ରକଳ୍ପ କାମ ସରିବା ପର୍ଯ୍ୟନ୍ତ ସାଧାରଣ ଭକ୍ତ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ଓ ଉତ୍ତର ଦ୍ୱାର ଦେଇ ବାହାରିବେ । ପୁରୀ ବାସିନ୍ଦା ପୂର୍ବ ଓ ପଶ୍ଚିମ ଦ୍ୱାରରେ ପଶିବେ ଏବଂ ଉତ୍ତର ଦ୍ୱାରରେ ବାହାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

 

Related posts

ରାମସାଗର ପରିଦର୍ଶନ କରି ତିନୋଟି ବୃହତ ଜଳାଶୟର ପୁନରୁଉଦ୍ଧାର କଲେ ବିଧାୟକ…

mahabharatanews

 ନୀଳାଚଳ ଅବଢ଼ା ପାଇ କୃତାର୍ଥ ହେଲେ ଶହ ଶହ ଭକ୍ତ 

mahabharatanews

ଆଜି ଶ୍ରୀଜିଉଙ୍କ ବନକ ଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

mahabharatanews