ଓଡିଶା

ଦିବ୍ୟାଙ୍ଗଙ୍କୁ ପେନସନ, ପକ୍କା ଘର ଓ ଚାଉଳ ସାତ ସପନ

(ସତ୍ୟନାରାୟଣ ପାଲ୍/ରାଇରଙ୍ଗପୁର): ଅବହେଳିତ ତଥା ଅସହାୟ ଭିନ୍ନକ୍ଷମ ମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ତେବେ ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ ଯୋଗୁଁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସରକାରୀ ଅର୍ଥରେ ଚିହ୍ନଟ ଶିବିର ଓ ପରିଚୟପତ୍ର ତଥା ଅନ୍ୟାନ୍ୟ ସହାୟତା ପ୍ରଦାନ ପାଇଁ ପ୍ରଚାର କରାଯାଉଛି । ତଥାପି ଫଳପ୍ରଦ ହେଉନାହିଁ । ସାରସ କଣା ବ୍ଲକ ଯୋକା ଗ୍ରାମ ପଞ୍ଚାୟତ କାଶିଆବେଡା ଗ୍ରାମର ଗୁନା ବିନ୍ଧାଣିଙ୍କ ଦିବ୍ୟାଙ୍ଗ ପୁଅ କୃଷ୍ନା ବିନ୍ଧାଣି । ବୟସ ପ୍ରାୟ ୧୨ ବର୍ଷ । ସେ ଜନ୍ମରୁ ବିକଳାଙ୍ଗ ହେବା ସହ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ସେ ନିଜେ କିଛି କରି ପାରିନ୍ତି ନାହିଁ। ତେଣୁ ବୃଦ୍ଧ ବାପା ମାଆ ପୁଅର ସେବା କରୁଛନ୍ତି। ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁନାହିଁ।

ତେବେ ଏନେଇ ଯୋକା ପଞ୍ଚାୟତର ସରପଞ୍ଚ ନିକଟରେ ଅନେକ ଗୁହାରି କରିଥିଲେ ଓ ସାରସକଣା ବ୍ଲକ ବିଡିଓଙ୍କ ନିକଟକୁ ବାରମ୍ବାର ଦୌଡି ଦୌଡି ବିଫଳ ହେବାପରେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି । ନିର୍ବାଚନ ସମୟରେ କେତେ ନେତା ଆସି ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ହାତେଇ ସାରିବା ପରେ ଭୁଲି ଯାଆନ୍ତି ଗରିବ ଲୋକଙ୍କ କଥା । ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଗ୍ରାମ କେଶରୀ ଭୋଳଙ୍କୁ ପଚାରିବାରୁ ସେ କହିଥିଲେ ଏ ବାବଦରେ ମୁଁ ଜାଣି ନାହିଁ । ଦିବ୍ୟାଙ୍ଗଙ୍କୁ ଦିଆ ଯାଉଥିବା ଚାଉଳ କିଏ ବନ୍ଦ କଲା ପଚାରିବାରୁ ମାର୍କେଟିଙ୍ଗ ଇନିସ୍ପେକ୍ଟର ମାୟା ଧର ସାହୁଙ୍କୁ ସେ କହିଲେ ମୁଁ କଣ କରିପାରିବି ଯାହା କରିବା କଥା କରନ୍ତୁ । ଅଫିସର ମାନେ ଯଦି ଏହି ଭଳି କହିବେ ତେବେ ଅସୁବିଧା କହିବେ କାହାକୁ ଶୁଣିବ କିଏ । ଏବେ ଦେଖିବାକୁ ବାକି ରହିଲା କେବେ ଅସହାୟ ଗରିବ ଦିବ୍ୟାଙ୍ଗଙ୍କ ଦୁଃଖ କେବେ ଶୁଣିବେ ସରକାର ।

Related posts

ପୁଣି ପୋଲିସ ସହାୟତା ଲୋଡିଲେ ରାଜାଘର ସାନ ବୋହୂ 

mahabharatanews

କରୋନା ଭୟ: ମେଡିକାଲ ବାହାରେ ପଡି ରହିଛି କରୋନା ଯୋଦ୍ଧାଙ୍କ ମୃତଦେହ

mahabharatanews

ଜୟପୁରରେ ୧୪୪ ଧାରା ଜାରି

mahabharatanews