Uncategorized

୮ ପୁଲିସଙ୍କ ଜୀବନ ନେଇଥିବା ଅପରାଧିକୁ ୪୮ ଘଣ୍ଟାରେ ଧରିବାକୁ ନିର୍ଦ୍ଦେଶ

କାନପୁର: କାନପୁରରେ ଅପରାଧୀ ବିକାଶ ଦୁବେ ଗ୍ୟାଙ୍ଗ ଗୁଳିରେ ୮ ଜଣ ପୁଲିସ କର୍ମଚାରୀ ସହିଦ ହେବା ଘଟଣାକୁ କାନପୁର ପୁଲିସ ଗମ୍ଭୀରତାର ସହ ନେଇଛି । ୪୮ ଘଣ୍ଟା ମଧ୍ୟରେ ମୁଖ୍ୟଅଭିଯୁକ୍ତକୁ ଧରିବାକୁ ଡିଜିପି ପିତେଶ ଚନ୍ଦ୍ର ଅବସ୍ତୀ ନିର୍ଦ୍ଦେଶ ଦେଇଛନ୍ତି । ଡିଜିପି କହିଛନ୍ତି, ମୃତକ ପୁଲିସ କର୍ମଚାରୀମାନେ ତାଙ୍କ ପରିବାରର ସଦସ୍ୟ ଥିଲେ । ସେମାନଙ୍କ ହତ୍ୟ।। କରିଥିବା ଅପରାଧିଙ୍କୁ ୪୮ ଘଣ୍ଟା ମଧ୍ୟରେ କାଠଗଡ଼ା ମଧ୍ୟରେ ଠିଆ କରିବାକୁ ସେ କହିଛନ୍ତି ।
ଡ଼ିଜି ଶ୍ରୀ ଅବସ୍ତି କହିଛନ୍ତି ଯେ ମୁଁ ଉତ୍ତରପ୍ରଦେଶ ପୁଲିସ ପରିବାରର ମୁଖିଆ ଓ ଏହି ଘଟଣାରେ ଆମ ପରିବାର ଉପରେ ଆକ୍ରମଣ ହୋଇଛି, ୮ ଜଣ ସହିଦ ହୋଇଛନ୍ତି । ତେଣୁ ଅପରାଧୀମାନଙ୍କୁ ଧରିବାକୁ ୭ ହଜାର ପୁଲିସ କର୍ମଚାରୀଙ୍କୁ ଲଗାଯାଇଛି । ୨୪ରୁ ୪୮ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଆଇନ ପରିସରକୁ ଆଣିବାକୁ ପ୍ରୟାସ କରାଯାଉଛି । ଏହା ସହ ଗ୍ରାମବାସୀ ଅପରାଧୀମାନଙ୍କୁ ସହାୟତା କଲେ, ସେମାନଙ୍କ ସହ ସମ୍ପର୍କ ରଖିଲେ ସେମାନଙ୍କ ପାଇଁ ଏହା ଗମ୍ଭୀର ପରିସ୍ଥିତି ସୃଷ୍ଟିକରିବ ବୋଲି ଡିଜିପି ଗ୍ରାମବାସୀଙ୍କୁ ଚେତାଇ ଦେଇଛନ୍ତି ।
ଗୁରୁବାର ରାତି ପ୍ରାୟ ୧ଟା ସମୟରେ କାନପୁରର ଚୌବେପୁର ଥାନା ଅଞ୍ଚଳର ବିକରୁ ଗାଁରେ ଥିବା କୁଖ୍ୟାତ ଅପରାଧି ବିକାଶ ଦୁବେକୁ ଧରିବାକୁ ଯାଇଥିବା ପୁଲିସ ଦଳ ଉପରେ ଅପରାଧୀମାନେ ଗୁଳି ଚାଳନା କରିଥିଲେ । ଏଥିରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ୯ ଜଣ ସହିଦ ହୋଇଥିଲେ । ୫ ଜଣ ଗୁରୁତର ଆହତ ହୋଇଥିଲେ ।

Related posts

ପ୍ରବଳ ବର୍ଷାରେ ଧୋଇଗଲା ରାଣିପୋଖରି-ରିଶିକେଶ ରାଜପଥ

mahabharatanews

ଆଜିଠାରୁ ୩ ଦିନ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

mahabharatanews

ରିଲ ରୁ ରିଅଲ ହିରୋ ହୋଇଥିବା ସୋନୁସୁଦ ଏବେ କରୋନା ପଜେଟିଭ

mahabharatanews