ଓଡିଶା

ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ଯୁ

ଅନୁଗୁଳ : ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ଯୁ । ଏ ଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ। ମୃତକ ଜଣକ ଖଇରବେରେଣି ଗ୍ରାମର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ (୫୫) ବୋଲି ଜଣାପଡିଛି । ପାତ୍ରପଡା ପଂଚାୟତ ଖଇରବେରେଣି ଗ୍ରାମର ବତି ପ୍ରଧାନ (୫୦)ଓ ଶୈଳବାଳା ଦେହୁରୀ (୫୫) ଆଜି ସକାଳେ ବାଲିଝରଣକୁ ଶୈାଚ ହେବା ପାଇଁ ଯାଇଥିବାବେଳେ ଏକ ହାତୀ ସହିତ ମୁହାମୁହିଁ ହୋଇଥିଲେ ।

ହାତୀକୁ ଦେଖି ବତି ପ୍ରଧାନ ଦୌଡି ପଳାଇ ଯାଇଥିବାବେଳେ ଶୈଳବାଳାକୁ ହାତୀ ଶୁଣ୍ଢରେ ଟେକି କଚାଡି ମାରିଦେଇଥିଲା । ଏ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଖାଦେଇଛି । ସୂଚନାନୁସାରେ, ଯେ ଡଙ୍ଗାପଳ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ୧୦ ଦିନରେ ଉର୍ଦ୍ଧ୍ବ ହେବ ୧୪ଟିକିଆ ହାତୀପଲ ରହୁଥିବା ବେଳେ ସଂଧ୍ୟାହେଲେ ଡଙ୍ଗାପାଳ ,ଖଇରବେରେଣୀ ,ଭାଲିଆସର ଆଦି ଗ୍ରାମାଭିମୁଖି ହେବା ସହିତ ବ୍ୟାପକ ଫସଲ ଓ ଗୁହାଳ ଆଦି ଭାଙ୍ଗି ନଷ୍ଟ କରିଦେଉଛନ୍ତି।

Related posts

୬ଦିନ ପରେ ପୁରୀରୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

mahabharatanews

ବାହାଘର ପୂର୍ବରୁ ଯୁବକଙ୍କୁ ଦୁର୍ବୃତ୍ତଙ୍କ ନିସ୍ତୁକ ମାଡ

mahabharatanews

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି

mahabharatanews