Uncategorized

ସତ୍ୟବାଦୀ ବିଜେଡିର ପ୍ରତିଷ୍ଠା ଦିବସରେ ଯୋଗଦେଲେ ପର୍ୟ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ

ପୁରୀ : ସତ୍ୟବାଦୀରେ ଅନୁଷ୍ଠିତ ହୋଇଛି ବିଜେଡିର ପ୍ରତିଷ୍ଠା ଦିବସ।ସ୍ଥାନୀୟ ପଞ୍ଚସଖା ପଡ଼ିଆ ଠାରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୁରୀ ଜିଲ୍ଲା ବିଜେଡି ପର୍ୟ୍ୟବେକ୍ଷକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ନେତୃତ୍ୱରେ ଏକାଠି ହୋଇଥିଲେ ହଜାର ହଜାର କର୍ମୀ । ଏକ ମିଶ୍ରଣ ପର୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିଲେ ସରପଞ୍ଚ ଓ ସମାଜ ସେବୀ । ଯେଉଁଥିରେ କଣାସ ବ୍ଲକ ର ୩ଜଣ ରହିଥିବା ବେଳେ ସତ୍ୟବାଦୀରୁ ଜଣେ ସରପଞ୍ଚ ଥିଲେ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ରେ ସ୍ଥାନୀୟ ବିଧାୟକଙ୍କ ପ୍ରଚେଷ୍ଟାରେ ସରକାରଙ୍କ ପକ୍ଷରୁ ହୋଇଥିବା ଅନେକ ବିକାଶ କାର୍ୟ୍ୟକୁ ପ୍ରଶଂସା କରିଥିଲେ ମାନ୍ୟବର ମନ୍ତ୍ରୀ । ସେପଟେ ଅଞ୍ଚଳରେ ହୋଇଥିବା ବିକାଶର ବାର୍ତ୍ତା ନେଇ ଦଳ ଘରେ ଘରେ ପହଞ୍ଚାଇବା ସହ ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ସଙ୍ଗଠନ କୁ ଅଧିକ ମଜବୁତ କରାଯିବ ବୋଲି ବିଧାୟକ କହିଛନ୍ତି । ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟଙ୍କ ସଭାପତିତ୍ୱରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସତ୍ୟବାଦୀ ବିଜେଡି ପର୍ୟ୍ୟବେକ୍ଷକ ପ୍ରମୋଦ ସାମଲଙ୍କ ସହିତ ଅନ୍ୟମାନେ ଯୋଗଦେଇଥିଲେ।

Related posts

ତୁଷ।ରପାତରେ ଫସିଥିବା ୧୧୧ଜଣଙ୍କୁ ସୁରକ୍ଷିତ ଉଦ୍ଧାର

mahabharatanews

ସଡକ-୨ ଫିଲ୍ମକୁ ନେଇ ୩ ଭଟ୍ଟଙ୍କ ନାମରେ ମାମଲା ରୁଜୁ

mahabharatanews

ଶୋଇଥିଲେ, ଚଢିଗଲା ଟ୍ରକ: ୮ ଜଣଙ୍କ ମୃତ୍ୟୁ

mahabharatanews