ଖେଳଭାରତ

ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଛି ୪ର୍ଥ ଏକଦିବସୀୟ ମ୍ୟାଚ;୪ ରନରେ ଜିତିଲା ଶ୍ରୀଲଙ୍କା

କଲମ୍ବୋ : କଲମ୍ବୋରର ଆର ପ୍ରେମାଦାସା ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଛି ୪ର୍ଥ ଏକଦିବସୀୟ ମ୍ୟାଚ । ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରି ୪୯ ଓଭରରେ ସମସ୍ତ ୱିକେଟ ହରାଇ କରିଥିଲା ୨୫୮ ରନ୍ । ଏଥିରେ ଚାରିଥ ଆସଲଙ୍କାଙ୍କ ଶତକୀୟ ଇନିଂସ ବେଶ ଆକର୍ଷଣୀୟ ହୋଇଥିଲା । ସେ ୧୦୬ଟି ବଲର ସମ୍ମୁଖିନ ହୋଇ ଗୋଟିଏ ଛକା ଏବଂ ୧୦ଟି ଚୌକା ସହାୟତାରେ ସର୍ବାଧିକ ୧୧୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ଡିସିଲଭା (୬୦), ୱାନିନ୍ଦୁ ହାସରଙ୍ଗା (୨୧) ରନ ବଳରେ ଶ୍ରୀଲଙ୍କା ୨୫୮ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ମାଥ୍ୟୁ, କମିନ୍ସ, ମିଚେଲ ଦୁଇଟି ଲେଖାଏଁ ୱିକେଟ ଏବଂ ମାକ୍ସୱେଲ ଗୋଟିଏ ୱିକେଟ ହାସଲ କରିଥିଲେ ।

ତେବେ ୨୫୯ ରନର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ସୀମିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୫୪ ରନ କରିଥିଲା । ଦଳ ପକ୍ଷରୁ ଓପନର ଡେଭିଡ ୱାର୍ଣ୍ଣର ୧୨ଟି ଚୌକା ସହାୟତାରେ ୯୯ ରନ୍ କରିଥିଲେ ମଧ୍ୟ ଦଳର ବିଜୟ ସମ୍ଭବ ହୋଇନଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ୟାଟ କମିନ୍ସ(୩୫), ଟ୍ରାଭିସ ହେଡ(୨୭), ମିଚେଲ ମାର୍ଶ(୨୬), କାମେରୁନ ଗ୍ରୀନ(୧୩), ମାଥ୍ୟୁ କୁନେମାନ(୧୫), ଆଲେକ୍ସ କ୍ୟାରି(୧୯) ରନ କରିବାରେ ସଫଳ ହୋଇଥିଲେ । ତଥାପି ୨୫୪ ରନ୍ କରି ମାତ୍ର ୪ ରନରେ ପରାଜୟ ବରଣ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ବୋଲିଂରେ ଚାମିକା କରୁଣାରତ୍ନେ, ଧନଞ୍ଜୟ ଡିସିଲଭା, ଜେଫ୍ରି ଦୁଇଟି ଲେଖାଏ ଏବଂ ମହେଶ, ହାସରଙ୍ଗା, ଡୁନିଥ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଶ୍ରୀଲଙ୍କା ଖେଳାଳି ଚାରିଥ ଆଶଲଙ୍କା ଶତକୀୟ ଇନିଂସ ସହିତ ଗୋଟିଏ ୱିକେଟ ଅକ୍ତିଆର କରିଥିବାରୁ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା ।

Related posts

ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗି ନୂତନ ୧୦୨ ଏକର ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ ସିଟି ନିର୍ମାଣ ପାଇଁ ଘୋଷଣା

mahabharatanews

ପ୍ରଦୂଷଣରେ ବର୍ଷକୁ ଯାଉଛି ୧୫ଲକ୍ଷ ଜୀବନ, ଲାନ୍ସେଟ ଦେଲା ଚିନ୍ତାଜନକ ତଥ୍ୟ

mahabharatanews

ବିନ୍ଧ୍ୟଗିରି ଯୁଦ୍ଧପୋତ ଉଦଘାଟନ କଲେ ରାଷ୍ଟ୍ରପତି 

mahabharatanews