ଓଡିଶା

ଆଜି ବିଶ୍ଵ ହାତୀ ଦିବସ 

(ଭୁବନେଶ୍ୱର) : ଗୋଟିଏ ପଟେ ହାତୀ ଉପଦ୍ରଵ ବୃଦ୍ଧି ପାଉଥିବା ବେଳେ ଆଜି ହାତୀ ପାଇଁ ଦିନଟିଏ । ହଁ ଆଂଜ୍ଞା ଆପଣଙ୍କୁ ଜଣାଇଦେଉଚୁ କି  ଆଜି ବିଶ୍ଵ ହାତୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ହାତୀ ପାଇଁ ଜନସଚେତନତା ସୃଷ୍ଟି କରିବା ଦିଗରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି ।

ସୂଚନାନୁଯାୟୀ ,  ୨୦୧୨ ମସିହା ଅଗଷ୍ଟ ୧୨ରେ ପ୍ରଥମ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଇଥିଲା । ପ୍ରକୃତିର ଅବକ୍ଷୟ ଯୋଗୁଁ ନାନାଦି ଆସୁବିଧାର ସମ୍ମୁଖିନ ହେଉଥିବା ଏହି ନିରୀହ ଜୀବନକୁ ସୁରକ୍ଷା ଦେବା ନିମନ୍ତେ ଏହି ଦିନର ସୃଷ୍ଟି । ଖାଦ୍ୟ ଓ ପାଣି ପାଇଁ ସେମାନେ ଜନବସତି ମୁଁହା ହେଉଛନ୍ତି।  ଅନେକ ସମୟରେ ହାତୀପଲ ଫସଲ ଜମି ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ଏଣୁ ଜନ ସଚେତନା ପାଇଁ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଛି ।

Related posts

ଭିନ୍ନ ଢଙ୍ଗରେ ବିବାହ ବାର୍ଷିକ ପାଳନ କଲେ କର୍ମକାର ଦମ୍ପତି

mahabharatanews

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ସାମ୍ବାଦିକ ସୁରକ୍ଷା ପାଇଁ ସତ୍ୟବାଦୀ ପ୍ରେସକ୍ଳବ ପକ୍ଷରୁ ଦାବି

mahabharatanews