ଓଡିଶାବିଶେଷଭାରତ

ତମ୍ବାଖୁ ବର୍ଜନ ଦିବସ ; କ୍ୟାନସରରେ ଯାଉଛି ହଜାର ହଜାର ଜୀବନ

(ବ୍ୟରୋ) : ଆଜି ବିଶ୍ବ ତମ୍ବାଖୁ ବର୍ଜନ ଦିବସ । ତମ୍ବାଖୁ ସେବନ ଫଳରେ ବିଶ୍ବରେ ବ୍ୟାପକ ଭାବରେ କ୍ୟାନସର ଭଳି ଦୂରାରୋଗ୍ୟ ବ୍ୟାପୁଛି। ମାଉଥ୍ କ୍ୟାନସର ଯୋଗୁଁ ଲକ୍ଷ ଲକ୍ଷ ଲୋକ କଷ୍ଟ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ତମ୍ବାଖୁ ସେବନ ଦ୍ବାରା କେବଳ ମାଉଥ୍ କ୍ୟାନସର ନୁହେଁ ଲଙ୍ଗସ୍ କ୍ୟାନସର, ଲିଭର କ୍ୟାନସର ଭଳି ରୋଗରେ ବି ହଜାର ହଜାର ଲୋକ ପୀଡିତ ହେଉଛନ୍ତି। ଆଉ ମୃତ୍ୟୁବରଣ କରୁଛନ୍ତି। ରୋଗୀ ଯେତିକି କଷ୍ଟ ଭୋଗୁଛନ୍ତି ତାଙ୍କର ପରିବାର ଲୋକ ସେମାନଙ୍କ ଠୁ ଅଧିକ କଷ୍ଟ ପାଉଛନ୍ତି ।

ଓଡିଶାରେ ୨୦୧୩ ମସିହାରୁ ଗୁଟଖାକୁ ବନ୍ଦ କରାଯାଇଛି। ହେଲେ ଗୁଟଖା ଉତ୍ପାଦନ ବା ବିକ୍ରି କଟକଣା ସତ୍ୱେ ଖୁଲମକୁଲା ଚାଲିଛି ବିକ୍ରି । ଏପରିକି ସ୍କୁଲ ଠାରୁ ୧୦୦ ମିଟର ଭିତରେ କୌଣସି ତମ୍ବାଖୁ ବିକ୍ରି ନ କାରିବାକୁ ସରକାର ପାରାମର୍ଶ ଦେଇଛନ୍ତି । କିନ୍ତୁ ସରକାରଙ୍କ ଏପରି କଟକଣାକୁ ଫୁ କରିଦେଉଛନ୍ତି ବ୍ୟବସାୟୀ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ର ତଥ୍ୟ ଅନୁସାରେ ରାଜ୍ୟର ୧୫ ବର୍ଷରୁ ଅଧିକ ୫୧ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳା ଯେକୌଣସି ପ୍ରକାର ତମ୍ବାଖୁର ସେବନ କରୁଛନ୍ତି । ବିଡି ଓ ସିଗାରେଟର ବ୍ୟବହାର ଦ୍ୱାରା ପରିବେଶ ବହୁତ ପ୍ରଦୁଷିତ ହୋଇଥାଏ । ଏପଟେ ଏ ସବୁ ଉପରେ ରୋକ ଥାଇବି ଯେଉଁଭଳି ଭାବେ ଉତ୍ପାତ ବଢିଚାଲିଛି ସରକାରଙ୍କ ଉପରେ ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି । କିପରି ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ? ବିକ୍ରି କଥା ତ ଦୂରରେ ଥାଉ ବଡ ବଡ ସେଲିବ୍ରେଟି ବି ଏହାର ବିଜ୍ଞାପନ କରୁଛନ୍ତି । ଯାହାକୁ ଦେଖି ତାଙ୍କ ପ୍ରଶଂସକଙ୍କ ଉପରେ ହୁଏତ ଖରାପ ପ୍ରଭାବ ପକାଉଛି । କିଛିଦିନ ତଳେ ସିନେ ଷ୍ଟାର ଅକ୍ଷୟ କୁମାର ତାଙ୍କ ଏହି ତମ୍ବାକୂ ବିଜ୍ଞାପନକୁ ନେଇ ବିବାଦ ଘେରକୁ ଆସିଥିଲେ । ପରେ ସେ ତାବକ ଫ୍ୟାନ୍ସଙ୍କୁ କ୍ଷମା ମାଗିଥିଲେ ଓ ଏପରି ଆଡ୍ ନ କରିବାକୁ କହିଥିଲେ । ଗଣମାଧ୍ୟମରେ ଏହାର ବିଜ୍ଞାପନ ବନ୍ଦ କରିବା ବଦଳରେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଯାଉଛି । ଏଣୁ ତମାଖୁ ସେବନ ଦ୍ବାରା ଶାରୀରରେ ହେଉଥିବା ବିଭିନ୍ନ ରୋଗ ସଂପର୍କରେ ସତେତନତା ସୃଷ୍ଟି ଲାଗି ପ୍ରତିବର୍ଷ ମେ ୩୧ ତାରିଖରେ ଏହି ବିଶ୍ବବ୍ୟାପି ବିଶ୍ବ ତମ୍ବାଖୁ ବର୍ଜନ ଦିବସ ପାଳନା କରାଯାଉଛି।

Related posts

ସାରଥୀଙ୍କ ଦିବ୍ୟ ଶକ୍ତିର ପର୍ଦ୍ଦାଫାସ କଲେ ଅରୁଣ ବୋଥ୍ରା

mahabharatanews

ନାଳକୁ ଖସିଲା ‘ମୋ ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ 

mahabharatanews

ଦିଲ୍ଲୀ ମଦ ଦୁର୍ନୀତି ମାମଲା; କୋର୍ଟର ଦ୍ୱାରସ୍ଥ ହେଲା ଇଡି

mahabharatanews