ଓଡିଶା

ବାଲୁକା କଳାରେ ବୃହତ୍‌ ସାନ୍ତାକ୍ଲଜ

(ପୁରୀ) : ଆଜି ବଡ଼ଦିନ ଦୁଇ ଟନ୍‌ ପିଆଜ ଓ ବାଲୁକା ରାଶିରେ ନିର୍ମିତ ହୋଇଛି ବୃହତ୍‌ ସାନ୍ତାକ୍ଲଜ ବାଲୁକା କଳା। ବ୍ଲୁ ଫ୍ଲାଗ ବିଚ୍‌ରେ ୧୦୦ ଫୁଟ ଲମ୍ବ, ୨୦ ଫୁଟ ଉଚ୍ଚ ଓ ୪୦ ଫୁଟ ପ୍ରସ୍ଥ ବିଶିଷ୍ଟ ସାନ୍ତାକ୍ଲଜ ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବଡ଼ଦିନ ଅବସରରେ ପ୍ରସ୍ତୁତ ଏହି ବୃହତ୍‌ ବାଲୁକା କଳା ‘ୱାର୍ଲଡ୍‌ ରେକର୍ଡ ବୁକ୍‌ ଅଫ୍‌ ଇଣ୍ଡିଆ’ ରେକର୍ଡରେ ସ୍ଥାନିତ ହୋଇଛି।

ସୂଚନାନୁଯାୟୀ , ପ୍ରତିବର୍ଷ ବଡ଼ଦିନ ପରିପ୍ରେକ୍ଷୀରେ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କଠୁ ପ୍ରଶିକ୍ଷିତ ଶିଳ୍ପୀଙ୍କ ଦ୍ବାରା ସାନ୍ତାକ୍ଲଜ ବାଲୁକା କଳା ପ୍ରଦର୍ଶିତ ହୋଇଆସୁଛି। ଆଜି ଏହି ବୃହତ୍‌ ବାଲୁକା କଳା ସମ୍ପନ୍ନ କରିବାକୁ ଶ୍ରୀ ପଟ୍ଟନାୟକ ଓ ତାଙ୍କ ସ୍ୟାଣ୍ଡ ଆର୍ଟ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ୮ ଘଣ୍ଟା ସମୟ ଲାଗିଛି। ନୂଆ ବିଶ୍ବ ରେକର୍ଡ ପାଇଁ ପ୍ରମାଣପତ୍ର ସହ ପଦକ ପ୍ରଦାନ କରିଥିଲେ।

Related posts

ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ, ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

mahabharatanews

୨୩ରେ ମାହାଙ୍ଗା ଡବଲ ମର୍ଡର ଶୁଣାଣି

mahabharatanews

ଲୋକପିୟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର ପରଲୋକ

mahabharatanews