ଓଡିଶା

 ବଡ଼ଦିନରେ ଖୋଲିବ ନନ୍ଦନକାନନ 

(ଭୁବନେଶ୍ୱର) : ରାତି ପାହିଲେ ବଡ଼ଦିନ ଓ ସ‌ପ୍ତାହେ ପରେ ନୂଆବର୍ଷ-୨୦୨୪। କ୍ୟାଲେଣ୍ଡର ବର୍ଷ ୨୦୨୩ ଶେଷ ହେବାକୁ ଯାଉଥିବାରୁ ପର୍ଯ୍ୟଟନ ସ୍ଥଳୀଗୁଡିକରେ ଏବେ ପର୍ଯ୍ୟଟକମାନଙ୍କର ପ୍ରବଳ ଭିଡ଼ ରହୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନରେ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି। ଚଳିତ ବର୍ଷ ବଡ଼ଦିନ ସୋମବାର ପଡୁଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ।

ସୂଚନାନୁଯାୟୀ, ସେହିଭଳି ନୂଆବର୍ଷ ସୋମବାର ହୋଇଥିଲେ ବି ପର୍ଯ୍ୟଟକମାନେ ଏଠାରେ ବୁଲିପାରିବେ। ଏହି ଦୁଇ ଦିନ ଦର୍ଶକଙ୍କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟରେ ରବିବାର ଦିନ ଆହୁରି ଗହଳି ଦେଖିବାକୁ ମିଳୁଛି। ସୋମବାର ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଏବେ ବଡ଼ଦିନ ଓ ନୂଆବର୍ଷ ପଡୁଥିବାରୁ ଖୋଲା ରହିବ। ଟିକେଟ ମୂଲ୍ୟ ପୂର୍ବରୁ ଯାହାଥିଲା ତାହା ସେତିକି ରହିବ। ଦୂରରୁ ଆସୁଥିବା ପର୍ଯ୍ୟଟକମାନେ ବୋଟିଂ ସହ ରୋପୱେ’ର ମଜା ନେଉଛନ୍ତି।

Related posts

ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ 

mahabharatanews

ବଦଳିଲା କ୍ବାରେଣ୍ଟିନ୍ ନିୟମ

mahabharatanews

ଗତରାତିରେ ନିଆଁ ଲାଗି ୪ ଜଣ ଗୁରୁତର

mahabharatanews