ଭାରତ

ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ  ନିଲମ୍ବିତ 

(ଦିଲ୍ଲୀ) : ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଝଟକା । ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (NADA) ଦ୍ୱାରା ପୁନିଆକୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଯାହା ଫଳରେ ବଜରଙ୍ଗ ପୁନିଆଙ୍କ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଦ୍ୱନ୍ଦ ଲାଗି ରହିଛି । ୨୩ଏପ୍ରିଲରେ ବଜରଙ୍ଗ ପୁନିଆଙ୍କୁ ନୋଟିସ୍ ପଠାଯାଇଥିଲା ଏବଂ ମେ ୭ତାରିଖ ମଧ୍ୟରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ହିଁ ଶୁଣାଣିର ତାରିଖ ନିଶ୍ଚିତ କରାଯିବ ।

ସୂଚନାନୁଯାୟୀ , ସୋନିପଥରେ ଚାଲିଥିବା ଟେଷ୍ଟ ସମୟରେ ବଜରଙ୍ଗ ତାଙ୍କ ପରିସ୍ରା ନମୁନା ଦେବାକୁ ମନା କରି ଦେଇଥିଲେ । ସୂଚନା ଅନୁସାରେ, ମାର୍ଚ୍ଚ ୧୦ତାରିଖରେ ନାଡା ବଜରଙ୍ଗ ପୁନିଆଙ୍କୁ ତାଙ୍କ ନମୁନା ଦେବାକୁ କହିଥିଲେ, କିନ୍ତୁ ଏହି ଷ୍ଟାର ରେସଲର ଏହି ଟେଷ୍ଟକୁ ଅଣଦେଖା କରିଥିଲେ । ସେଥିପାଇଁ NADA ବିଶ୍ୱ ଆଣ୍ଟି ଡୋପିଂକୁ ସ୍ଥଗିତ ରଖିଛି । ଏନେଇ ଏକ ନୋଟିସ୍ ଜାରି କରାଯାଇ ଟେଷ୍ଟ ନ କରିବାର କାରଣ ମଧ୍ୟ ବଜରଙ୍ଗ ପୁନିଆଙ୍କୁ ପଚରାଯାଇଥିଲା ।

Related posts

ପଶ୍ଚିମବଙ୍ଗରେ ନେତାଙ୍କୁ ହତ୍ୟା

mahabharatanews

ଭାରତରେ ପାଦଦେଲା ଓମିକ୍ରନ!

mahabharatanews

ମହାରାଷ୍ଟ୍ରରରେ ଭୂକମ୍ପର ଝଟକା

mahabharatanews