ଭାରତ

ବ୍ରିଜଭୂଷଣଙ୍କୁ ଆଶ୍ଵସ୍ତି; ମିଳିଲାନି କୌଣସି ପ୍ରମାଣ

(ଦିଲ୍ଲୀ) : ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କୁ କ୍ଲିନ୍ ଚିଟ୍ । ବାହୁବଳୀ ବିଜେପି ସାଂସଦଙ୍କ ବିପକ୍ଷରେ ମିଳିଲା ନାହିଁ କୌଣସି ପ୍ରମାଣ । ଫଳରେ ତାଙ୍କ ଉପରେ ଲାଗିଥିବା ପୋକ୍ସୋ ଏଫଆଇଆରକୁ ରଦ୍ଦ କରିବା ଲାଗି ରିପୋର୍ଟ ଦାଖଲ ହୋଇଛି । ଦିଲ୍ଲୀ ପୋଲିସ ଗୁରୁବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏବଂ ପଟିଆଲା ହାଉସ୍ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ସେ ନାବାଳିକାର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ଶରଣ ସିଂଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି ।

ସୂଚନାନୁଯାୟୀ ,  ପୋକ୍ସୋ ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ଦାୟର ହୋଇଛି ୫୦୦ ପୃଷ୍ଠା ସମ୍ବଳିତ କ୍ୟାନସିଲେସନ ରିପୋର୍ଟ । ୧୫ ତାରିଖ ସୁଦ୍ଧା ପୋଲିସ ତଦନ୍ତ ସାରି ଚାର୍ଜସିଟ ଦାଖଲ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିବା ବେଳେ ଆଜି ଦିଲ୍ଲୀ ପୋଲିସ ଏହି ବୟାନ ଦେଇଛି । ୬ ଜଣ ମହିଳା ରେସଲର ଏବଂ ଜଣେ ନାବାଳିକା କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଯେଉଁଥିରେ ଦିଲ୍ଲୀ ପୋଲିସ କୋର୍ଟଙ୍କ ନିର୍ଦ୍ଦେଶରେ ଏଫ୍ଆଇଆର୍ ଲେଖିଥିଲା । ତେବେ ଦିଲ୍ଲୀ ପୋଲିସ ମାମଲାର ଚାର୍ଜସିଟ୍ ଅନୁଯାୟୀ, ଅଭିଯୋଗ ଗୁଡ଼ିକର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଥିଲା, କିନ୍ତୁ ଡବ୍ଲୁଏଫ୍ଆଇ ମୁଖ୍ୟଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା । ମାମଲାର ଏହାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨ ତାରିଖରେ ହେବ।

Related posts

ନାମାଙ୍କନ ଦାଖଲ କଲେ ମାରଗ୍ରାଣ୍ଟ ଆଲଭା

mahabharatanews

ମଣିପୁରରୁ ଫେରିଲେ ୨୧ ଜଣିଆ ଟିମ 

mahabharatanews

ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ

mahabharatanews