ଓଡିଶା

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

(ଭୁବନେଶ୍ୱର) : ରାଜ୍ୟର ବିିଭିନ୍ନ ସ୍ଥାନରେ ଗତ ବୁଧବାରଠାରୁ ବର୍ଷା ଲାଗି ରହିଛି।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।  ୧୬ଠାରୁ ୧୮ ତାରିଖ (ସୋମବାର) ମଧ୍ୟରେ ବି ଓଡ଼ିଶାର କେତୋଟି ଜିଲ୍ଲାରେ ଘଡ଼ଘଡ଼ି ସହ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବ।

ସୂଚନାନୁଯାୟୀ,  ବଲାଙ୍ଗୀର ଜିଲ୍ଳାର ଅଧିକାଂଶ ଅଞ୍ଚ‌ଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ କଳାହାଣ୍ଡି, ବରଗଡ଼, କନ୍ଧମାଳ, ନୂଆପଡ଼ା, ବୌଦ୍ଧ, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଦେଖିବାକୁ ମିଳିଥିଲା।

 

 

Related posts

ଆନ୍ଧ୍ରପ୍ରଦେଶରେ ସଡ଼କ ଦୁର୍ଘଟଣା , ୪ ଓଡ଼ିଆ ମୃତ

mahabharatanews

୫୦୦୦ ଲେମ୍ବୁରେ ମା’ଙ୍କୁ ସ୍ୱାଗତ,ବାଲୁକାକଳାରେ ବିଶ୍ୱକପ ପାଇଁ ପ୍ରାର୍ଥନା 

mahabharatanews

କୁଆଡେ ଗଲା ଟ୍ରାଫିକର ଜାଗ୍ରତ ପ୍ରହରୀ ଡ୍ରୋନ?

mahabharatanews