(ବରୀ/ସତ୍ୟଜିତ ବାରିକ୍, ହିଞ୍ଜିଳି/ରଜନିକାନ୍ତ ପାତ୍ର, ଅନୁଗୁଳ/ଜ୍ୟେତି ରଞ୍ଜନ ଧର, ସାଲେପୁର/ତାରାକାନ୍ତ ନାୟକ): “ଗରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗରୁ ସାକ୍ଷାତ ପରମବ୍ରହ୍ମ, ତସମୈଶ୍ରୀ ଗରୁବେ ନମଃ” କଥାରେ ଅଛି ଗୁରୁଙ୍କୁ ନମଣିବ ନର ଗରୁ ହିଁ ସାକ୍ଷାତ ଇଶ୍ୱର । ଗତକାଲି ଥିଲା ପବିତ୍ର ଗରୁ ଦିବସ, ଅର୍ଥାତ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲି ରାଧାକ୍ରିଷ୍ଣଙ୍କ ୧୩୪ତମ ଜନ୍ମ ଦିବସ । ଗାଁ ରୁ ସହର ସବୁଠି ପାଳିତ ହୋଇଥିଲା ଗରୁ ଶିଷ୍ୟ ସମ୍ପର୍କର ଏହ ପବିତ୍ର ଦିବସ ।
ଗରୁଦିବସ ଅବସରରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଚନ୍ଦନପୁର ସ୍ଥିତ ମହେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଚାଳ ଘର ସାହିତ୍ୟ ସଂସଦ ପକ୍ଷରୁ ଗୁରୁପୂଜା ଅନୁଷ୍ଠିତ ହୋଇଥିଲା । ଯେଉଁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବରୀ ବିଧାୟକ ସୁନନ୍ଦା ଦାସ । ସେହିପରି ବରୀ ଏ.ବି.ଭି.ପି ଶାଖା ତରଫରୁ ବରୀ ମାଉଣ୍ଡ ଠାରେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏ.ବି.ଭି.ପି ପୂର୍ବତନ ସଭାପତି ଦିଲ୍ଲୀପ କୁମାର ଦାସ ମାର୍ଗଦର୍ଶନ କରିବା ସହ ଛାତ୍ର ଜୀବନର ମୌଳିକ ବିକାଶ ଉପରେ ଆଲୋକପାତ କରିଥିଲେ । ସେହିପରି ଅନୁଗୁଳ, ସାଲେପୁର, ହିଞ୍ଜିଳିରେ ମଧ୍ୟ ପାଳନ ହୋଇଥିଲା ପବିତ୍ର ଗରୁ ଦିବସ । ଅନୁଗୁଳ ଜିଲ୍ଲା ତାଳଚେର ଅଗ୍ରଣୀ ସାରସତ୍ୱ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ୧୯ତମ ଗରୁ ପୂଜନ ଓ ପ୍ରତିଭା ସମ୍ମାନ ମହା ସମାରୋହରେ ଅନୁଷ୍ଠିତ ହୋଇଥଲା । ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁରୁ-ଶିଷ୍ୟର ପରମ୍ପରାକୁ ବଜାଇ ରଖିବାକୁ ଆହ୍ୱାନ ଦେଇଥିଲେ । ସେହିପରି ସାଲେପୁରରେ ୭୫ତମ ଶିକ୍ଷକ ସମ୍ବର୍ଦ୍ଧିତ ପକ୍ଷରୁ ପ୍ରତିଭା ସମ୍ମାନ ସମିତି ଅଧକ୍ଷ ତଥା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ଗରୁଦିବସ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟସିଂହ ମିଶ୍ର ଯୋଗ ଦେଇ ସମାଜର ବିକାଶରେ ଶିକ୍ଷକ ମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲା ହିଞିଳିକାଟୁ ବ୍ଲକ ଅନ୍ତର୍ଗତ ପାଟଣା ସାହିରେ ଥିବା ପେସ୍ କମ୍ପୂଟର କୋଚିଂ ସେଣ୍ଟରରେ ମଧ୍ୟ ଗରୁଦିବସ ପାଳିତ ହୋଇଥିଲା ।
