ଅପରାଧ

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଧିନ କୁରୁଳା ଲଷ୍ମୀପୁରୁ ଅନ୍ତର୍ଗତ ନଦୀରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି । ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ଲୋକନାଥ ଦାସ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଯୁବକ ଜଣକ ଦୁଇ ଦିନ ତଳେ କ୍ଷେତକୁ କାମ କରିବାକୁ ଯାଇ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି କୌଣସି ଖବର ପାଇ ନଥିଲେ । ଆଜି ନଦୀରେ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ହିଞ୍ଜିଳି ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଛି । ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Related posts

ଜାଗା ବାଡିକୁ ନେଇ ଗଣ୍ଡଗୋଳ,୪ ଆହତ ଜଣେ ଗୁରୁତର

mahabharatanews

ଲକ୍ଷୀପୁର ଖେରିରେ ଅଭାବନୀୟ ଘଟଣା

mahabharatanews

ନାବାଳିକାକକୁ ଗଣଦୁଷ୍କର୍ମ ପରେ ଫିଙ୍ଗିଗଲେ ଦୁର୍ବୃତ୍ତ

mahabharatanews