ଅପରାଧଭାରତ

ଲକ୍ଷୀପୁର ଖେରିରେ ଅଭାବନୀୟ ଘଟଣା

ଦୁଇ ଦଳିତ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା, ୬ ଗିରଫ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଲକ୍ଷୀପୁର ଖେରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସମ୍ପୃକ୍ତ ଅଞ୍ଚଳର ଦୁଇ ଜଣ ନାବାଳିକା ଭଉଣୀଙ୍କୁ ଗଣ ଦୁଷ୍କର୍ମ କରାଯାଇ ମାରି ଦିଆ ଯାଇଥିଲା। ପରେ ଏକ ଗଛରେ ଟାଙ୍ଗି ଦିଆଯାଇଥିଲା। ସମ୍ପୃକ୍ତ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଦୁଇ ନାବାଳିକା ଭଉଣୀଙ୍କୁ କାହିଁକି ହତ୍ୟା କରାଗଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୟୁପି ପୁଲିସର ସୂଚନା ଅନୁସାରେ ୨ ଦଳିତ ଝିଅଙ୍କୁ ଅଭିଯୁକ୍ତ ତଥା ହତ୍ୟାକାରୀ ପୂର୍ବରୁ ଜାଣିଥିଲେ। କାରଣ ହତ୍ୟା ଓ ଦୁଷ୍କର୍ମ ପୂର୍ବରୁ ୬ ଅଭିଯୁକ୍ତ ମଧ୍ୟରୁ ୨ ଜଣ ଦୁଇ ଭଉଣୀଙ୍କୁ ବିବାହ କରିବା ଲାଗି ବାରମ୍ବାର ଚାପ ପକାଉଥିଲେ। ଅଭିଯୁକ୍ତ ଏଥିରେ ବିଫଳ ହେବା ପରେ ଅନ୍ୟ ସହଯୋଗୀଙ୍କ ଜରିଆରେ ଶେଷରେ ଦୁଇ ଭଉଣୀଙ୍କୁ ହତ୍ୟା କରିଥିଲେ। ମୃତ ଦୁଇ ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ ବୁଧବାର ଏକ ବାଇକରେ ୩ ଜଣ ଯୁବକ ଆସିଥିଲେ। ଘରେ ପଶି ଜୋରଜବରଦସ୍ତ ଦୁଇ ଝିଅଙ୍କୁ ଉଠାଇ ନେଇଥିଲେ। ଏହାର କିଛି ସମୟ ପରେ ନିକଟସ୍ଥ ଏକ ଆଖୁ କିଆରିରୁ ଝଲନ୍ତା ଅବସ୍ଥାରେ ଦୁଇ ଭଉଣୀଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ସମ୍ପୃକ୍ତ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଅଜିତ ମିଶ୍ରାଙ୍କ ପୁଅ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡି ମଡାଇ ହତ୍ୟା କରିଥିଲେ। ସେତେବେଳେ ଲକ୍ଷୀପୁର କ୍ଷେରିକୁ ନେଇ ରାଜ୍ୟ ତଥା ଦେଶର ରାଜନୀତି ସରଗରମ ହୋଇଥିଲା। ତେବେ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ ଉଠାଇଛନ୍ତି।

Related posts

ଈଶାନ କିଶନଙ୍କ କମାଲ

mahabharatanews

ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଲେ ଆର ମାଧବଙ୍କ ପୁଅ ବେଦାନ୍ତ ମାଧବନ

mahabharatanews

ସନ୍ଦିଗ୍ଧ ଯୁବକଙ୍କୁ ବାନ୍ଧିଲା ପୋଲିସ

mahabharatanews