ଅପରାଧ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

(ତାରାକାନ୍ତ ନାୟକ/ସାଲେପୁର): କଟକ ଜିଲ୍ଲା ସାଲେପୁର ବ୍ଲକର ମିର୍ଜାପୁର ଗାଁରେ ଜଣେ ଯୁବକଙ୍କ ମୃତଦେହ ତାଙ୍କ ଘର ପାଖ ନାଳରୁ ଉଦ୍ଧାର କରାଯିବା ପରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଗାଁର ସୁନୀଲ କୁମାର ଲେଙ୍କା ନିଜ ଟ୍ରାକ୍ଟର ଧୋଉଥିବା ବେଳେ କୌଣସି ଅଘଟଣ ଘଟି ତାଙ୍କର ମୃତ୍ୟୁ ହୋଇଥିଲା । ପାଖ ନାଳରେ ତାଙ୍କର ଶରୀର ଭାସୁଥିବା ଦେଖି ଗାଁ ଲୋକେ ଉଦ୍ଧାର କରି ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ ଯୁବକଙ୍କ ପାଦ ନୀଳ ରଙ୍ଗ ଦେଖାଯାଉଥିବାରୁ କୌଣସି ବିଷାକ୍ତ ଜନ୍ତୁ ତାଙ୍କୁ କାମୁଡିଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି । ସାଲେପୁର ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related posts

ସାଲେପୁର ପୋଲିସର ମାସ୍କ ଚେକିଂ

mahabharatanews

ଦେଶି ମଦ ଗଚ୍ଛିତ ରଖିଥିବା ଅଭିଯୋଗରେ ଜଣେ ଗିରଫ

mahabharatanews

ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀର ମୃତ୍ୟୁ

mahabharatanews