ଓଡିଶାରାଜନୀତି

ଜିଲ୍ଳାପାଳ, ଏଡିଏମ, ବିଡିଓ, ତହସିଲଦାର ଆଉ ଆଇଆଇସି ବିଜେଡ଼ିକୁ ଜିତେଇବାକୁ ଳାଗି ପଡ଼ିଛନ୍ତି:କଂଗ୍ରେସ

ଭୁବନେଶ୍ୱର (ହରପ୍ରସାଦ ବିଷୋଇ):-ଧାମନଗର ଉପନିର୍ବାଚନରେ ଶାସକ ଦଳ ଟଙ୍କା ବାଣ୍ଟିବା ପ୍ରସଂଗ। ନିର୍ବାଚନ କମିଶନଙ୍କ ଦ୍ଵାରା ସ୍ଵତନ୍ତ୍ର ଟିମ୍ ଦ୍ଵାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବୀ କଲା କଂଗ୍ରେସ। ନହେଲେ ବିରୋଧ କରି ଟଙ୍କା ଛଡ଼ାଇବ କଂଗ୍ରେସ ନେତା। ଏହା ସହ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲା କଂଗ୍ରେସ। ଜିଲ୍ଳାପାଳ, ଏଡିଏମ, ବିଡିଓ, ତହସିଲଦାର ଆଉ ଆଇଆଇସି ବିଜେଡ଼ିକୁ ଜିତେଇବାକୁ ଳାଗି ପଡ଼ିଛନ୍ତି। ଆଟାଜ୍ ଧରି ଘର ଘର ବୁଲି ଟଙ୍କା ବାଣ୍ଟୁଛନ୍ତି ମନ୍ତ୍ରୀ ଆଉ ବିଧାୟକ। ସରକାରୀ କର୍ମଚାରୀ ମାନେ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତେଇବାକୁ କାମ କରୁଛନ୍ତି । ଏସଏଚଜି ଗୋଷ୍ଠୀ ଜରିଆରେ ପଇସା ବଣ୍ଟା ହେଉଛି। ଯୁବକ ସଂଘ ଗୁଡ଼ିକ ଜରିଆରେ ଯୁବକ ମାନଙ୍କୁ ଟଙ୍କା ବଣ୍ଟା ଯାଉଛି। କଂଗ୍ରେସ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ହେଲେ ବିରୋଧ କଲେ ଗଣ୍ଡଗୋଳ ହେବ। ତେଣୁ ନିର୍ବାଚନ କମିଶନ ସ୍ୱତନ୍ତ୍ର ଟିମ ପଠାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ନହେଲେ କଂଗ୍ରେସ ଟଙ୍କା ଛଡାଇବ ଆଉ କିଛି ଅପ୍ରୀତିକର ଆଉ ଗଣ୍ଡଗୋଳ ସ୍ଥିତି ପାଇଁ ସରକାର ଆଉ ନିର୍ବାଚନ କମିଶନ ଦାୟୀ ରହିବେ ବୋଲି କହିଛି କଂଗ୍ରେସ। ଯେଉଁ ମାନେ ଟଙ୍କା ବାନ୍ତୁଛନ୍ତି ତାଙ୍କୁ ଶୀଘ୍ର ଗିରଫ କରାଯାଉ। ସେହିପରି ବିଜେଡ଼ିର ଆଉ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଯଦି ଅଛି ତାହେଲେ କାହିଁକି ଶାସକ ଦଳ ଗଣ୍ଡା ଗଣ୍ଡା ମନ୍ତ୍ରୀ ବିଧାୟକଙ୍କୁ ଲଗାଇ ଟଙ୍କା କାହିଁ ବାଣ୍ଟୁଛନ୍ତି ବୋଲି ପ୍ରଶ୍ନ କଲା କଂଗ୍ରେସ।

Related posts

ଆଜି ୧୧ଟାରେ ଓଜେଇଇ ରେଜଲ୍ଟ

mahabharatanews

ଆଜିଠୁ କମିବ, ପୁଣି ୧୪ରୁ ବର୍ଷିବ

mahabharatanews

ଗାତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews