ଓଡିଶା

ଅଗ୍ନିକାଣ୍ଡ ବିପନ୍ନ ପରିବାରଙ୍କୁ ପ୍ରଦିପ ମହାରଥିଙ୍କ ସହାୟତା

ଜୟନ୍ତ ସେଠୀ/ ଗୋପ: ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିର ଦୁଖି ଜେନାଙ୍କ ଗ୍ୟାସ ସିଲିଣ୍ଡର ଫାଟି ୬ ବଖରା ଘର ଜଳି ପାଉଁଶ ହେବା ଘଟଣା ଜାଣିବା ପରେ ପୁର୍ବତନମନ୍ତ୍ରୀ ତଥା ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥି ପହଞ୍ଚି ବିପନ୍ନଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି । ମହାରଥି ବିପନ୍ନଙ୍କୁ ଚାଉଳ,ବିସ୍କୁଟ ଓ ପଲିଥିନ ଯୋଗାଇଛନ୍ତି । ଏଥିସହ ତହସିଲଦାର ଓ ଆରଆଇ ତଦନ୍ତ ପରେ ଘର ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ପଞ୍ଚାୟତରୁ ବିପନ୍ନ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ କହିଛନ୍ତି ମହାରଥି । ଅନ୍ୟପଟେ ପିପିଲି ତହସିଲଦାର ସପନ କୁମାର ନନ୍ଦ ଓ ସ୍ଥାନୀୟ ଆରଆଇ ପଂହଚି ଘଟଣାର ସରଜମିନ ତଦନ୍ତ କରିବା ସହିତ କ୍ଷୟକ୍ଷତିର ଆକଳନ କରିଛନ୍ତି । ଜିଲ୍ଲାପରିଷଦଙ୍କ ପ୍ରତିନିଧି ସଦାଶିବ ଦାସ ବିଜୁ ଯୁବ ବାହିନୀ ସଭାପତି ବିଶ୍ୱଜିତ ଦାସ ସରପଞ୍ଚ ବାସନ୍ତି ବେହେରା ଓ ସମିତିସଭ୍ୟ ସୁମିତ୍ରା ଚଉଁରି ପ୍ରମୁଖ ବିପନ୍ନ ପରିବାରକୁ ଶୁଖିଲା ଓ ରନ୍ଧା ଖାଦ୍ୟ ସହିତ ପିନ୍ଧିବା ପାଇଁ ଲୁଗା ଓ ଗାମୁଛା ଯୋଗାଇ ଦେଇଥିବା ଦେଖିବାକୁ ମିଳିଥିଲା।

ସୂଚନଯୋଗ୍ୟ, ଜେନାସାହିର ଘରେ ରୋଷେଇ ଚାଲିଥିବା ସମୟରେ ଗ୍ୟାସ ସିଲିଣ୍ଡରଟି ଫାଟି ଯାଇଥିଲା । ଫଳରେ ନିଆଁ ଗ୍ୟାସ ସହ ଘରେ ବ୍ୟପୀଯାଇଥିଲା ଓ ଭୟରେ ସମସ୍ତେ ଘରୁ ବାହାରକୁ ବାହାରି ଯାଇଥିଲେ । କିନ୍ତୁ ଘର ଓ ଘର ପାଖ ନଡିଆ ଗଛରେ ନିଆଁ ଲାଗି ଯାଇଥିଲା । ଗ୍ୟାସ ବ୍ୟପୀଯିବାରୁ ନିଆଁ ଆଖି ପିଛୁଳାକେ ବ୍ୟାପୀଯାଇଥିଲା । ଫଳରେ ନିଆଁକୁ ଆୟତ କରିବା ସମ୍ଭବପର ହୋଇନଥିଲା । ସ୍ଥାନୀୟ ଲୋକଙ୍କ ସହିତ ପିପିଲିରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କଲାବେଳକୁ ଘରର ସମସ୍ତ ଆସବାବ ପତ୍ର ଠାରୁ ଆରମ୍ଭ କରି ଧାନ,ଚାଉଳ, ସଉଦା, ଲୁଗାପଟା, ସାର୍ଟିଫିକେଟ, ଜମିବାଡି କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଥିଲା ।

Related posts

ହିଞ୍ଜିଳି ରେଡ଼୍ ଜୋନ ଅଂଚଳରେ କୋଭିଡ଼ ମନିଟରିଂ କମିଟି ସହ ଜିଲ୍ଲାପାଳଙ୍କ ଆଲୋଚନା

mahabharatanews

ଆନ୍ତର୍ଜାତୀୟ ଡକ୍ଟରେଟ ପୁରସ୍କାରରେ ସମ୍ମାନିତ ହେଲେ ସାମାଜିକ କର୍ମୀ ଡ. ନବିନ ଚନ୍ଦ୍ର ଗୋରଡା

mahabharatanews

ଆଜି ଜେରା ହେବାରୁ ବଞ୍ଚିତ ବିଦ୍ୟାଭାରତୀ, ଫେରିଛି କ୍ରାମବ୍ରାଞ୍ଚ..

mahabharatanews