ଦେଶ ବିଦେଶ

ପାକିସ୍ତାନ ପାଖରୁ ଚିନି ଆଣିବ କି ଭାରତ? ବିକଳ ଇସଲାମାବାଦ

ଚିନି ଦର ହୁ ହୁ ହୋଇ ବଢ଼ିଚାଲିଛି। ଚିନି ଦର କେଜି ପିଛା  ୬୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ଏଥିପାଇଁ  ଖାଉଟି ଚିନ୍ତାରେ।  ଏହି  ସମୟରେ  ପାକିସ୍ତାନରୁ ଚିନି ଆମଦାନୀ କରିବ କି ଭାରତ? ୨୦୧୯ ପରେ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହେବ କି ବ୍ୟବସାୟିକ ସମ୍ପର୍କ? ପୁଣି  ଥରେ  ଦୁଇ ଦେଶ ମଧ୍ୟରେ ବିଗିଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହେବ କି? ଭାରତରେ ଚିନି ଦର ବୃଦ୍ଧି ପରେ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଦେଶର ଆବଶ୍ୟକତା ପୂରଣ କରିବାକୁ ମୋଦି ସରକାର ଶୁଳ୍କମୁକ୍ତ ଚିନି ଆମଦାନୀକୁ ଦେଇଛନ୍ତି ଅନୁମତି। ଭାରତ ସରକାର ଶୁଳ୍କ ମୁକ୍ତ ନିଷ୍ପତ୍ତି ପରେ ପାକିସ୍ତାନ ବେଶ ଉତ୍ସାହିତ। ପାକିସ୍ତାନ ବ୍ୟବସାୟୀମାନେ ଭାରତକୁ ଚିନି ରପ୍ତାନୀ କରିବାକୁ ଏବେ ବିକଳ ହେଉଛନ୍ତି। କିନ୍ତୁ ଏଯାଏ ଏହା ଉପରେ ଉଭୟ ଦେଶ ନେଇ ନାହାନ୍ତି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି।

पाकिस्तान की उम्मीदों पर फिरा पानी! भारत ने चीनी खरीदने से किया इनकार; जारी  रहेगा ट्रेड बैन

ବର୍ଦ୍ଧିତ ଦରକୁ ଦେଖି ସରକାର ଟାରିଫ୍ ରେଟ୍ କୋଟା ଅଧୀନରେ ୨୦୨୬ ଅକ୍ଟୋବର ୩୧ ପର୍ଯ୍ୟନ୍ତ ୧୦ ଲକ୍ଷ ମେଟ୍ରିକ୍ ଟନ୍ କଞ୍ଚା ଚିନି ଆମଦାନୀକୁ ଦେଇଛନ୍ତି ଅନୁମତି। ଚିନିର ଉପଲବ୍ଧତାକୁ ସୁଗମ କରିବା ଓ ଦର ନିୟନ୍ତ୍ରଣ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଡାଇରେକ୍ଟର ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍ କହିଛନ୍ତି। ଆଗକୁ ଗଣେଶ ପୂଜା, ଦୁର୍ଗାପୂଜା ଓ ଦୀପାବଳି ଭଳି ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ତରବରିଆ ଭାବେ ନେଇଥିବା କୁହାଯାଉଛି। ଏହି ସମୟରେ ଚିନିର ଚାହିଦା ବଢ଼ିବ ଓ ଦର ବୃଦ୍ଧି ଦେଶରେ ରାଜନୀତିକ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରିଛନ୍ତି ସରକାର।  ଏପଟେ ଦର ବୃଦ୍ଧିର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି ପାକିସ୍ତାନର ଚିନି ଶିଳ୍ପ। ପାକିସ୍ତାନର ଖବରକାଗଜ ‘ଦ ନ୍ୟୁଜ୍ ଇଣ୍ଟରନ୍ୟାସନାଲ୍’ ଅନୁସାରେ, ପାକିସ୍ତାନ ସୁଗାର ମିଲ୍ସ ଆସୋସିଏସନର ଚୌଧୁରୀ ମହମ୍ମଦ ବହିଦ ପାକିସ୍ତାନ ସରକାରଙ୍କୁ ଭାରତକୁ ଅତିରିକ୍ତ ଚିନି ରପ୍ତାନୀ ପାଇଁ ଅନୁମତି ଦେବାକୁ କରିଛନ୍ତି ଅନୁରୋଧ। ପାକିସ୍ତାନରେ ୧୨ ଲକ୍ଷ ଟନ୍ ଅତିରିକ୍ତ ଚିନି ମହଜୁଦ ହୋଇ ରହିଥିବା ସେ ସୂଚନା ଦେଇଛନ୍ତି।

Related posts

ଆରଜି କର ପୀଡିତାଙ୍କ ମା’ଙ୍କ ଆଖିରେ ଲୁହ, ନ୍ୟାୟର ଅପେକ୍ଷା ଏବେ ବି ଜାରି

mahabharatanews

କୁଖ୍ୟାତ ଭାରତୀୟ ଡ୍ରଗ୍ସ ମାଫିଆ ସଲିମ୍ ଡୋଲା ଗିରଫ

mahabharatanews

ଆମେରିକା ସିଜ କରିଥିବା ରୁଷ ତେଲ ଟ୍ୟାଙ୍କରରେ ଅଛନ୍ତି ୩ ଭାରତୀୟ

mahabharatanews