ଓଡିଶା

ଅଜଣା ଗାଡି ଧକ୍କାରେ ମହିଳା ଚାଷୀ ମୃତ, ଝିଅ ଗୁରୁତର

ଜଳେଶ୍ୱର: ଏମିତିବି ମୃତ୍ୟୁ ଆସେ । ବର୍ଷକର ଖାଦ୍ୟ ଅମଳ କରିବାକୁ ଯାଇ ଜଣେ ମହିଳା ·ଷୀଙ୍କ ଡମ୍ପର ଧକ୍କାରେ ମୃତ୍ୟୁ ଘଟିଥିବା ବେଳେ ବିବାହିତ ଝିଅ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଜଳେଶ୍ୱର ଥାନା ଅଞ୍ଚଳରେ କାଲିକାପୁର ଗ୍ରାମରେ ।

ସୂଚନା ଅନୁଯାୟୀ, ନିଜର ଖଳା ନଥିବାରୁ, ଟ୍ରାକ୍ଟର ଯୋଗେ ବିଲରୁ ଅମଳ ଧାନବିଡା ଆଣି ରାସ୍ତା ଉପରେ ଢାଳି ଥିଲେ । ପରେ ସେଠାରୁ ପରିବାର ଲୋକେ ଧାନ ବିଡା ଗୋଟାଇ ଘରକୁ ନେଉଥିଲେ । ମାତ୍ର ଏତିକି ବେଳେ ଏକ ଅଜଣା ଡ଼ମ୍ପର ତାଙ୍କ ଅ ।ଡ଼କୁ ମାଡି ଅ ।ସିଥିଲା । ଦୁର୍ଘଟଣାରେ ପରିବାରର ଦ୍ରୌପଦୀ ଗିରି (ମାଅ ।) ଙ୍କର ମୃତ୍ୟୁ ହୋଇଥିବା ବେଳେ (ଝିଅ) ସାବିତ୍ରୀ ଅଣ୍ଡିଅ । ଗୁରୁତର ଆହତ ହୋଇଥିଲେ । ସାବିତ୍ରୀଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଡମ୍ପରଟି ଅନ୍ଧାର ସାଙ୍ଗକୁ ଫାଙ୍କା ରାସ୍ତାର ସୁଯୋଗ ନେଇ ଦ୍ରୁତ ଗତିରେ ପଳାଇ ଯାଇଥିଲା । ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିବା ସହିତ ମାମଲା ରୁଜୁ କରି ତଦନ୍ତ ଅ ।ରମ୍ଭ କରିଛି । ଅନ୍ୟପଟେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Related posts

ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠି ମଧ୍ୟରେ ମରଣାନ୍ତଙ୍କ ଆକ୍ରମଣ

mahabharatanews

ଅନଲାଇନ ଗେମ ଟଙ୍କା ବିନିଯୋଗ କରି ହାରିବା ପରେ ଜୀବନ ହାରିଛନ୍ତି ଯୁବକ

mahabharatanews

ପୋଲିସ ୟୁନିଫର୍ମର ମର୍ଯ୍ୟାଦା ଏବଂ ଶୃଙ୍ଖଳାକୁ ଅପମାନ କରୁଛନ୍ତି ଡିଏସ୍ପି

mahabharatanews