ଓଡିଶା

ଅନଲାଇନ ଗେମ ଟଙ୍କା ବିନିଯୋଗ କରି ହାରିବା ପରେ ଜୀବନ ହାରିଛନ୍ତି ଯୁବକ

ଭୁବନେଶ୍ୱର : ମୁଣ୍ଡ ନେଉଛି ଅନଲାଇନ ଗେମ। ଖେଳରେ ଟଙ୍କା ବିନିଯୋଗ କରି ହାରିବା ପରେ ଜୀବନ ହାରୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱର ଅଂଚଳରେ। ମୃତ ଯୁବକ ହେଲେ ପୁରୁଣା ଭୁବନେଶ୍ୱର ବଡୁ ସାହିର ଶଶାଙ୍କ ଶତପଥୀ। ଆଜି ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଶଶାଙ୍କ ଦୀର୍ଘଦିନ ହେବ ଅନଲାଇନ ଗେମ ଖେଳୁଥିଲେ। ଟଙ୍କା ହରେଇବା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଈ ଲିଙ୍ଗରାଜ ଥାନା ପୋଲିସ ମୃତଦେହ କୁ ଉଦ୍ଧାର କରିଛି। ସେପଟେ ଡିସିପି କହିଛନ୍ତି, ଆଜିକା ଦିନରେ ଏହା ଗୋଟେ ଚିନ୍ତାର କାରଣ।  ଏଥିପାଇଁ ଅଭିଭାବକ ମାନେ ନିଜ ପିଲାଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି।

Related posts

ଧାନ କିଣାରେ ମିଡିଲ ମ୍ୟାନଙ୍କ ରୋଲ ରହିବ ନାହିଁ : ମନ୍ତ୍ରୀ

mahabharatanews

ବ୍ରିଜ ଉପରୁ ଓଲଟିଲା ଟ୍ରକ ଆହତଙ୍କୁ ଉଦ୍ଧାର ନକରି ଲୋକେ ଗୋଟାଇଲେ ମାଛ

mahabharatanews

ରାଜ୍ୟରେ ଘନ କୁହୁଡି, ଜୀବନ ଯାତ୍ରା ପ୍ରଭାବିତ 

mahabharatanews

Leave a Comment