ଓଡିଶା

ଅନଲାଇନ ଗେମ ଟଙ୍କା ବିନିଯୋଗ କରି ହାରିବା ପରେ ଜୀବନ ହାରିଛନ୍ତି ଯୁବକ

ଭୁବନେଶ୍ୱର : ମୁଣ୍ଡ ନେଉଛି ଅନଲାଇନ ଗେମ। ଖେଳରେ ଟଙ୍କା ବିନିଯୋଗ କରି ହାରିବା ପରେ ଜୀବନ ହାରୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱର ଅଂଚଳରେ। ମୃତ ଯୁବକ ହେଲେ ପୁରୁଣା ଭୁବନେଶ୍ୱର ବଡୁ ସାହିର ଶଶାଙ୍କ ଶତପଥୀ। ଆଜି ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଶଶାଙ୍କ ଦୀର୍ଘଦିନ ହେବ ଅନଲାଇନ ଗେମ ଖେଳୁଥିଲେ। ଟଙ୍କା ହରେଇବା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଈ ଲିଙ୍ଗରାଜ ଥାନା ପୋଲିସ ମୃତଦେହ କୁ ଉଦ୍ଧାର କରିଛି। ସେପଟେ ଡିସିପି କହିଛନ୍ତି, ଆଜିକା ଦିନରେ ଏହା ଗୋଟେ ଚିନ୍ତାର କାରଣ।  ଏଥିପାଇଁ ଅଭିଭାବକ ମାନେ ନିଜ ପିଲାଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି।

Related posts

ଧାନ ନପୁଚୁଣୁ ଗାଁ ମୁହାଁ ହାତୀ ପଲ

mahabharatanews

ହରିରାଜପୁର ପଞ୍ଚୁଦୋଳ ମେଳଣ ପାଇଁ ପ୍ରସ୍ତୁତି ବୈଠକ

mahabharatanews

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ନୂତନ କୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ

mahabharatanews