ଓଡିଶା

ବିଜିଗୋଳ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରିଡା ଉତ୍ସବ

କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବିଜିଗୋଳ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୨ତମ ବାର୍ଷିକ କ୍ରିଡା ଉତ୍ସବ ଉତ୍ସାହ ଉଦ୍ୟାପିତ ହୋଇଯାଇଛି । ଅନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ୩ ଦିନ ଧରି ବିଭିନ୍ନ ପ୍ରକାର ଖେଳ ୪୭୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିକ୍ଷାନୁଷ୍ଠାନର ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ପଦ୍ମଚରଣ ମହାପାତ୍ରଙ୍କ ଅଧ୍ୟକ୍ଷତାକ୍ରମେ ଉତ୍ସବର ଶୁଭାରମ୍ଭ ଅବସରରେ ବିଜିଗୋଳ ବିଆରସିସି ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ଶିକ୍ଷାନୁଷ୍ଠାନ ସଭାପତି ପ୍ରହ୍ଲାଦ ଚନ୍ଦ୍ର ପାଣି ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫୦ ଓ ୧୦୦ ମିଟର ଦୌଡ, ଗଣିତ, ବସ୍ତା ଡିଆଁ, ପୁଚି, ଦୌଡି ଡିଆଁ, ମ୍ୟୁଜିକ ଚେୟାର, ବାଟି ଚାମଚ, ଅନ୍ଧ ପୁଟଳି ଆଦି ୩୩ଟି ବିଭାଗର ଇଭେଣ୍ଟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକ କ୍ରିଡା ଉତ୍ସବରେ ସମସ୍ତ ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ । ଉଦ୍ୟାପନୀ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ତାଳଚେର ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ନୀଳମଣି ପ୍ରଧାନ ଯୋଗଦେଇ ମାନସିକ ଓ ଶାରୀରିକ ସୁସ୍ୱାସ୍ଥ୍ୟ ନିମନ୍ତେ ସାମ୍ପ୍ରତିକ ସ୍ଥିତିରେ କ୍ରିଡା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷାନୁଷ୍ଠାନ ସଭାପତି ପ୍ରହ୍ଲାଦ ଚନ୍ଦ୍ର ପାଣି, ସମ୍ପାଦକ ତଥା ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷାବିତ ପଦ୍ମଚରଣ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ସାମିଲ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

Related posts

ସୀମାରେ ଉତ୍ତେଜନା ସୃଷ୍ଟି କରୁଛି ଚୀନ

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦୮ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ନବୀନଙ୍କ ଚିଠି,ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

mahabharatanews