ଓଡିଶା

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ସାଲେପୁର: କଟକଜିଲ୍ଲା କଟକ -·ନ୍ଦବାଲି ରାସ୍ତାର ସାଲେପୁର ବଜାର ଥାନା ଛକ ଠାରୁ ଶହେ ମିଟର ଅ ।ଗକୁ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତ ଯୁବକ ହେଲେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନି ପାଟପୁରର ମୁରଲୀଧରରାଉଳଙ୍କ ପୁଅ ଜୟନ୍ତ କୁମାର ରାଉଳ (୨୪) । ସେ ଏକ ହିରୋ ଗ୍ଲାମର ମଟର ସାଇକେଲରେ ସାଲେପୁର ରୁ ନିଜ ଗ୍ରାମକୁ ଯାଉଥିବା ସମୟରେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ଗାଡିଟି ଚଢିଯାଇଥିଲା ଫଳରେ ସେ ସେଠାରେ ମୃତ୍ୟୁବରଣ କରିଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ସାଲେପୁର ଗୋଷ୍ଠୀ କେନ୍ଦ୍ରକୁ ନେଇଥିଲେ । ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଟର ସାଇକେଲକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Related posts

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

୨୦୨୪ କଂଗ୍ରେସ ଲାଗି ଶେଷ ସୁଯୋଗ: ଜୟଦେବ ଜେନା

mahabharatanews

ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ବସ

mahabharatanews

Leave a Comment