ଓଡିଶା

ଅଧାଥିବା ରାସ୍ତା କାମ ପୁରାକଲେ ଏସଏଚଜି ମହିଳା

ବିଜୟ କାରୁଆ/ପାଟଣା: ଅଧା ପଡିଥିବା ରାସ୍ତା ପୂରାକଲେ ସ୍ୱଂୟ ସହାୟକ ଗୋଷ୍ଠୀ ମହିଳା ତଥା ଗ୍ରାମବାସୀ । ସାହାରପାଡାବ୍ଲକ ରାଇଡିହା ପଞ୍ଚାୟତ ଶିଆଳିଯୋଡ଼ା ଗ୍ରାମରେ ଏହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ବହୁ ଦିନରୁ ସିଆଳଯୋଡ଼ା ଗ୍ରାମରେ ପ୍ରଧାନମନ୍ତ୍ରୀ ରାସ୍ତା କାମ ଅଧା ହୋଇ ପଡି ରହିଥିଲା । ଅଧପନ୍ତରିଆ ରାସ୍ତାରେ ଲୋକେ ଯାତାୟାତ କରିବାରେ ସମସ୍ୟା ସୃଷ୍ଟି ହେଉଥିଲ। ।  ତେଣୁ ଗ୍ରାମବାସୀ ତଥା ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାମାନେ ନିଜ ନିଜର ସଞ୍ଚିତ ଅର୍ଥ ସଂଗ୍ରହ କରି ଏହି ରାସ୍ତା କାମ ସମ୍ପୂର୍ଣ୍ଣ କରିଛନ୍ତି । ଏହାକୁ ଆଖପାଖ ଅଞ୍ଚଳର ଲୋକେ ପ୍ରଶଂସା କରିଛନ୍ତି ।

Related posts

ଆଜି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews

ଜୁନ୍‌ ପୂର୍ବରୁ ଯୁକ୍ତ୨ ପରୀକ୍ଷାଫଳ

mahabharatanews

ଆଜି ପୀଠେ ଦଶହରା , ମଣ୍ଡପରେ ମହାନବମୀ

mahabharatanews