ଓଡିଶା

ଅମ୍ଫାନ କ୍ଷୟକ୍ଷତିର ସମୀକ୍ଷା କଲେ ବିଧାୟକ ପ୍ରଣବ ପ୍ରକାଶ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷଣ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ମୟୂରଭଞ୍ଜ ଜିଲ୍ଲାର ମୋରଡା, ରସଗୋବିନ୍ଦପୁର, ବଡସାହି, ବେତନଟୀ, ଗୋପବନ୍ଧୁନଗର, କପ୍ତିପଦାର ଦଳୀୟ କର୍ମୀଙ୍କ ସହ ଆଲୋଚନା କରି ବାତ୍ୟା ଅମ୍ପାନର କ୍ଷୟକ୍ଷତି ଉପରେ ଆଲୋଚନା କରିଛନ୍ତି ।

ଆଜି ସକାଳ ୬ଟାରେ ପ୍ରଣବ କପ୍ତିପଦା ବଜାରସ୍ଥିତ ବିଜେଡି କାର୍ଯ୍ୟାଳୟରେ ପହଁଚି କର୍ମୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଦଳୀୟ କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଏଥିସହ ଦଳୀୟ କର୍ମୀଙ୍କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପଶୁଦାଠାରେ ବାତ୍ୟାପରବର୍ତ୍ତୀ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । କ୍ଷତିଗ୍ରସ୍ତଙ୍କ ନିକଟରେ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବଡସାହି ଗାନ୍ଧୀଛକଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେହିପରି ବେତନଟୀ ବ୍ଲକ ଗସ୍ତ କରିଥିଲେ ।

Related posts

କେନ୍ଦ୍ରପଡାର ଅବିନାଶ ପରିଡାଙ୍କୁ ହାଇଦ୍ରାବାଦରେ ହତ୍ୟା…

mahabharatanews

ଦୁର୍ନୀତିଗ୍ରସ୍ଥ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ, ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

mahabharatanews

ଜାନୁଆରୀ ୧୮ରୁ ଫେବ୍ରୃଆରୀ ୧୭ ପର୍ଯ୍ୟନ୍ତ ପାଳିତ ହେବ ସଡକ ସୁରକ୍ଷା ମାସ

mahabharatanews