Uncategorized

ଅଯୋଧ୍ୟାରେ ମାଂସ ବିକ୍ରୀ ଉପରେ କଟକଣା ପ୍ରତ୍ୟାହାର

(ମହାଭାରତ, ଅଯୋଧ୍ୟା): ଅଯୋଧ୍ୟା ସହରରେ ମାଂସ ବିକ୍ରୀ ଉପରେ ଲାଗିଥିବା କଟକଣାକୁ ବୁଧବାର ଜିଲ୍ଲା ପ୍ରଶାସନ ପ୍ରତ୍ୟାହାର କରିଛି । କୋରୋନା ଭାଇରସ ବ୍ୟାପୁଥିବାରୁ ଏବଂ ଉତ୍ତରପ୍ରଦେଶରେ କିଛି ସନ୍ଦିଗ୍ଧ ଚିହ୍ନଟ ହୋଇଥିବାରୁ ଅଯୋଧ୍ୟା ସହରରେ ମାଂସ ବିକ୍ରୀ ଉପରେ ଜିଲ୍ଲା ପ୍ରଶାସନ ଏହି କଟକଣା ଲଗାଇଥିଲା । ତେବେ ସହରର ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରତିବନ୍ଧକ ହଟାଯାଇଛି । ସହରରେ ମାଂସ ବିକ୍ରୀ ଉପରେ ବ୍ୟାନ ହଟାଯାଉ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ବୁଧବାର ନିର୍ଦ୍ଦେଶ ଦେଇଥିଲେ । ଏହାପରେ କଟକଣାକୁ ହଟାଇଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଚୀନରେ କୋରୋନା ଭୁତାଣୁରେ ଆକ୍ରାନ୍ତ ହୋଇ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହି ଭୟଙ୍କର ଭାଇରସ ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ କେରଳରେ ୩ ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ।

Related posts

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ହସ୍ପିଟାଲରେ ଚିକିତ୍ସିତ

mahabharatanews

ଖାଆନ୍ତୁ ଏହି ଫଳ ଦୂର ହେବ ଡ଼ାଇବେଟିସ

mahabharatanews

ନାଗରିକତା ସଂଶୋଧନ ବିଲକୁ ନେଇ ଜାତିସଂଘର ସତର୍କତାପୂର୍ଣ୍ଣ ପ୍ରତିକ୍ରିୟା

mahabharatanews