Uncategorized

ଅଳେଇଚରେ ରହିଛି ଅନେକ ଔଷଧୀୟ ଗୁଣ

(ମହାଭାରତ): ରୋଷେଇ ଘରେ ମସଲା ଭାବରେ ବ୍ୟବହୃତ ହେଉଥିବା ଜିନିଷ ହେଉଛି ଅଳେଇଚ । କେବଳ ରୋଷେଇ ନୁହେଁ,ଶରୀରରେ ହେଉଥିବା ବିଭିନ୍ନ ରୋଗକୁ ବି ଅଳେଇଚ ଭଲ କରିଥାଏ । କାରଣ ଏଥିରେ ଔଷଧୀୟ ଗୁଣ ବି ଭରି ରହିଛି । ଆସନ୍ତୁ ଜାଣିବା ଅଳେଇଚ ଖାଇଲେ, ଶରୀରକୁ କେଉଁସବୁ ଲାଭ ମିଳିଥାଏ ।
୧- ନିୟମିତ ଭାବରେ ଅଳେଇଚ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ । ଏଥିସହିତ ବ୍ଲଡ ପ୍ରେସର ମଧ୍ୟ ନିୟନ୍ତ୍ରିତ ରହିଥାଏ ।
୨- କଳା ଅଳେଇଚ ଖାଇଲେ ପେଟରେ ଏସିଡର ମାତ୍ରା ନିୟନ୍ତ୍ରିତ ରହିଥାଏ । ଫଳରେ ଗ୍ୟାଷ୍ଟିକ ଓ ଅଲସର ପରି ସମସ୍ୟା ଦୂର ହୋଇଥାଏ ।
୩- ଶ୍ୱାସ ଜନିତ ସମସ୍ୟାକୁ ଥିଲେ ଅଳେଇଚ ଖାଆନ୍ତୁ । ଏହାଦ୍ୱାରା ଶ୍ୱାସ,କାଶ ସହିତ ଯକ୍ଷ୍ମାରୋଗର ଆଶଙ୍କା କମ୍ ହୋଇଥାଏ ।
୪- ଦାନ୍ତ ସଂକ୍ରମଣ,ଦାନ୍ତ ବିନ୍ଧିବା,ଦାନ୍ତରୁ ରକ୍ତ ବାହାରିବା ଓ ମାଢି ଦରଜ ହେବା ଭଳି ସମସ୍ୟା ଥିଲେ ଅଳେଇଚ ଖାଆନ୍ତୁ । ପାଟିରୁ ଗନ୍ଧ ବାହାରୁଥିଲେ ଅଳେଇଚ ଖାଇଲେ ଲାଭ ମିଳିଥାଏ ।
୫- ଅଳେଇଚରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି । ତେଣୁ କେଶ ଝଡିବା ଓ ରୂପି ସମସ୍ୟାକୁ ଅଳେଇଚ ଦୂର କରିଥାଏ ।
୬- ପ୍ରତିଦିନ କଳା ଅଳେଇଚ ଖାଇଲେ ପରିସ୍ରା ଜନିତ ରୋଗ ଭଲ ହୋଇଥାଏ ।
୭- ଅଳେଇଚରେ ଜୀବାଣୁନାଶକ ଗୁଣ ରରହିଛି । ତେଣୁ କୁଣ୍ଡିଆ ରୋଗ ଓ ଆଲର୍ଜି ପରି ସଂକ୍ରମଣକୁ ଭଲ କରିବା ପାଇଁ ଅଳେଇଚ ଲାଭଦାୟକ ।

Related posts

ତାଲିବାନର ପ୍ରଭାବ ଏବେ ପାକିସ୍ତାନ ଉପରେ

mahabharatanews

ଟୋନୀ-ଆନ ସିଂହ ମିସ ୱାଲ୍ଡ ୨୦୧୯

mahabharatanews

ସାହିନବାଗ: ପ୍ରଦର୍ଶନକାରୀ ନିଜ ଜିଦିରେ ଅଟଳ

mahabharatanews

Leave a Comment