Uncategorized

ଆଜିଠୁ କାଶ୍ମୀର ଯିବେ ୩୬ କେନ୍ଦ୍ର ମନ୍ତ୍ରୀ

(ନୂଆଦିଲ୍ଲୀ): ଜାମ୍ମୁ-କାଶ୍ମୀର ଗସ୍ତ କରିବେ ୩୬ ଜଣ କେନ୍ଦ୍ରମନ୍ତ୍ରୀ । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀଦଳ ଜାମ୍ମୁ-କାଶ୍ମୀରରେ ବିଭିନ୍ନ ଜିଲ୍ଲା ବୁଲି ସ୍ଥିତି ସମୀକ୍ଷା କରିବେ । ଲୋକମାନଙ୍କ ସହ ସିଧାସଳଖ କଥା ହେବେ । ଏହାସହ ଧାରା ୩୭୦ର ସକାରାତ୍ମକ ପ୍ରଭାବ ସଂକ୍ରାନ୍ତରେ ଲୋକମାନଙ୍କୁ ସଚେତନ କରାଇବେ । ସୂଚନା ଅନୁଯାୟୀ, ୩୬ ଜଣ ମନ୍ତ୍ରୀ ଜାନୁଆରି ୧୮ରୁ ୨୪ ମଧ୍ୟରେ ଜାମ୍ମୁ-କାଶ୍ମୀରର ବିଭିନ୍ନ ଜିଲ୍ଲା ବୁଲିବେ । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ କେନ୍ଦ୍ରମନ୍ତ୍ରୀ କାଶ୍ମୀର ଯାଉଛନ୍ତି । କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତିକୁ କଡା ସମାଲୋଚନା କରିଛି । କାଶ୍ମୀରରେ ସ୍ଥିତି ସ୍ୱାଭାବିକ ଅଛି ବୋଲି ଗୃହମନ୍ତ୍ରୀ କହୁଥିବା ବେଳେ କାଶ୍ମୀର ଗସ୍ତରେ କାହିଁକି ୩୬ ଜଣ କେନ୍ଦ୍ରମନ୍ତ୍ରୀ ଯାଉଛନ୍ତି ବୋଲି କଂଗ୍ରେସ ସରକାରଙ୍କୁ ପ୍ରଶ୍ନ କରିଛି । ସୂଚନା ଅନୁଯାୟୀ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ରେଳ ମନ୍ତ୍ରୀ ପୀୟୁଷ ଗୋଏଲ, ସ୍ମୃତି ଇରାନୀ, ରମେଶ ପୋଖରିୟାଲ, ପ୍ରତାପ ଷଡଙ୍ଗୀ, ଜିତେନ୍ଦ୍ର ସିଂହ, କିରେନ ରିଜ୍ଜୁ, ହରଦୀପ ସିଂ ପୁରି, ଅନୁରାଗ ଠାକୁର ଏବଂ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କ ସମେତ ସମୁଦାୟ ୩୬ ଜଣ କେନ୍ଦ୍ରମନ୍ତ୍ରୀ କାଶ୍ମୀର ଗସ୍ତ କରିବେ ।

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ

mahabharatanews

ଖରାଦିନେ ହାତ ଗୋଡ କଳା ପଡିଥିଲେ ଏହି ଉପାୟ ଆପଣାନ୍ତୁ

mahabharatanews

ରାଜ୍ୟରେ ଆଉ ୬୧୮ କରୋନା ପଜିଟିଭ ଚିହ୍ନଟ

mahabharatanews